Latest Odisha News

BREAKING NEWS

ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୧୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ଭାଇରସର ଓମିକ୍ରନ୍ ଭାରିଆଣ୍ଟର ମୋଟ ୨୧୩ ଟି ମାମଲା ରିପୋର୍ଟ ହୋଇଛି। ରାଜଧାନୀ ଦିଲ୍ଲୀରେ ସର୍ବାଧିକ ସଂଖ୍ୟକ ମାମଲା ରହିିଥିବା ଜଣାପଡ଼ିଛି। ଓମିକ୍ରନ୍ ମାମଲାରେ ମହାରାଷ୍ଟ୍ର ସବୁଠୁ ଆଗରେ ଥିଲା କିନ୍ତୁ ଏବେ ଦିଲ୍ଲୀ ଏହାକୁ ପଛରେ ପକାଇ ଦେଇଛି। ଓମିକ୍ରନ୍‌ର ରାଜଧାନୀ ପାଲଟିଛି ଦିଲ୍ଲୀ।

ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ ସର୍ବାଧିକ ୫୭ ଟି ମାମଲା ଏବଂ ମହାରାଷ୍ଟ୍ରରେ ୫୪ ଟି ମାମଲା ରହିଛି।

ନୂତନ ତାଲିକା ଅନୁଯାୟୀ, ଦିଲ୍ଲୀରେ ୫୭ ଓମିକ୍ରନ୍ ରୋଗୀଙ୍କ ମଧ୍ୟରୁ ୧୭ ଜଣ ବର୍ତ୍ତମାନ ସୁସ୍ଥ ହୋଇଛନ୍ତି। ଏଥିସହିତ ମହାରାଷ୍ଟ୍ରରେ ମଧ୍ୟ ୨୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏହି ଦୁଇଟି ପରେ ତେଲେଙ୍ଗାନାର ଓମିକ୍ରନ୍ ମାମଲାରେ ତୃତୀୟ ସର୍ବାଧିକ ସଂଖ୍ୟା ରହିଛି।

ଏହା ବ୍ୟତୀତ କର୍ଣ୍ଣାଟକରେ ଓମିକ୍ରନ୍ ମାମଲା ୧୯ ରହିଥିବା ‌ବେଳେ, ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜୁରାଟରେ ୧୪, ଜାମ୍ମୁ କାଶ୍ମୀରରେ ୩, ଓଡିଶାରେ ୨, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡ଼ରେ ୧, ଲଦାଖରେ ୧ଟି ମାମଲା ରହିଛି ତାମିଲନାଡୁରେ ଏବଂ ପଶ୍ଚିମବଙ୍ଗରେ ଗୋଟିଏ‌ ଲେଖାଏଁ ମାମଲା ପଞ୍ଜିକୃତ ହୋଇଛି।

ମୋଟ ୨୧୩ଟି ଓମିକ୍ରନ୍ ପଜିଟିଭ୍ ମଧ୍ୟରୁ ୯୦ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

Comments are closed.