Latest Odisha News

BREAKING NEWS

ଦେଶରେ ଚିନ୍ତା ବଢ଼ାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2

ନୂଆଦିଲ୍ଲୀ : ମହାମାରୀକୁ ନେଇ ଚିନ୍ତା ଥମୁନଥିବା ବେଳେ, ଏବେ ଦେଶରେ ଚିନ୍ତା ବଢାଇଲା ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ଭାରିଆଣ୍ଟ ଜରିଆରେ ୫୩୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । କେବଳ ଭାରତ ନୁହେଁ, ବିଶ୍ବର ୪୦ ଦେଶରେ କାୟା ମେଲାଇଲାଣି ଓମିକ୍ରନର ସବ୍‌-ଭାରିଆଣ୍ଟ BA.2 । ପ୍ରଥମେ ଗତ ଡିସେମ୍ବର ୬ରେ ଏହି ଭାରିଆଣ୍ଟର ସଂକ୍ରମଣ ସୂଚନା ମିଳିଥିଲା । ଆଉ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୪୨୬ ଜଣ BA.2 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଥିରୁ କେବଳ ଲଣ୍ଡନରେ ୧୪୬ଟି ମାମଲା ରହିଛି ।

ଓମିକ୍ରନ ତୁଳନାରେ BA.2 ଅଧିକ ସଂକ୍ରାମକ ଏବଂ ଅଧିକ ବେଗରେ ସଂକ୍ରମଣ ସୃଷ୍ଟି କରୁଛି ବୋଲି ଜଣାପଡିଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, BA.2 ଏକ ମାମୁଲି ଭାରିଆଣ୍ଟ ନୁହେଁ । ଏହା ଅଧିକ ବିପଜ୍ଜନକ । ଏହାର କୌଣସି ସ୍ବତନ୍ତ୍ର ମ୍ୟୁଟେସନ ହୋଇନାହିଁ । ତେଣୁ ଏହାକୁ ଡେଲଟା ପରି ଏକ ନୂଆ ଭାରିଆଣ୍ଟ ବୋଲି ବିଚାର କରାଯାଇପାରେ । ଡେଲଟା ଏବଂ ଓମିକ୍ରନ ତୁଳନାରେ BA.2 ଅଧିକ ସଂକ୍ରମଣ ସୃଷ୍ଟି କରୁଛି । ଏହି ଭାଇରସ ୪୦ ଦେଶରେ ସବ୍‌-ଭାରିଆଣ୍ଟ ସୃଷ୍ଟି କଲାଣି । ଏହି ଭାରିଆଣ୍ଟ ଅନ୍ୟ ଭାରିଆଣ୍ଟ ପରି ସଂକ୍ରମଣ ପିକ୍‌କୁ ଯାଇପାରେ ବୋଲି ଜଣାପଡିଛି ।

Comments are closed, but trackbacks and pingbacks are open.