Latest Odisha News

BREAKING NEWS

ଓମିକ୍ରନ୍ ଷ୍ଟ୍ରେନ ପରେ ୟୁରୋପରେ ଶେଷ ହେବ ପାନଡେମିକ୍

ନୂଆଦିଲ୍ଲୀ : ସାରା ବିଶ୍ବକୁ ଡରାଇଲାଣି ଭାଇରସ ଓମିକ୍ରନ୍ । ନୂଆ ଭାରିଆଣ୍ଟ ପ୍ରଭାବରେ ଆକ୍ରାନ୍ତ ହେଲେଣି ହଜାର ହଜାର ଲୋକେ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଏବେ ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଲାଣି । ଏଭଳି ସ୍ଥିତିରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଦେଇଛି ଆଶ୍ବସ୍ତିକର ଖବର । ଓମିକ୍ରନ ଷ୍ଟ୍ରେନ ପରେ ୟୁରୋପରେ ଶେଷ ହେବ ପାନଡେମିକ । ୟୁରୋପୀୟ ଦେଶରେ ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ହ୍ରାସ ପାଇବା ପରେ ମହାମାରୀ ଏନଡେମିକ ଆଡକୁ ଯିବ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ।

ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ ସମାପ୍ତ ହେବ । ଫ୍ରାନ୍ସ ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଏ ନେଇ ସୂଚନା ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ୟୁରୋପ ନିର୍ଦ୍ଦେଶକ ହାନ୍ସ କ୍ଲୁଗେ । ମାର୍ଚ୍ଚ ସୁଦ୍ଧା ଓମିକ୍ରନ ଷ୍ଟ୍ରେନ ୟୁରୋପର ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ କରିବ । ପୂର୍ବରୁ ସଂକ୍ରମିତ ହୋଇଥିବା ଲୋକଙ୍କ ଠାରେ କରୋନା ବିରୋଧୀ ଇମ୍ୟୁନିଟି ସୃଷ୍ଟି ହୋଇଥିବା ବେଳେ, ଟିକାକରଣ ଯୋଗୁ ବି ଅଧିକାଂଶଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି । ଫଳରେ ଓମିକ୍ରନ୍ ଷ୍ଟ୍ରେନ ଶେଷ ହେବା ପରେ ମହାମାରୀର ଅନ୍ତ ଘଟିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବିଶେଷଜ୍ଞ କହିଛନ୍ତି ।

Comments are closed, but trackbacks and pingbacks are open.