Latest Odisha News

[ଭିଡ଼ିଓ] ଦିନକୁ ଦିନ ବଢୁଛି ଓମିକ୍ରନ୍ ଚିନ୍ତା, ପୁଣି ରାଜଧାନୀରେ ୪ ଚିହ୍ନଟ

ଭୁବନେଶ୍ୱର : ଆତଙ୍କ ଖେଳାଇଛି ଓମିକ୍ରନ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ୭୦ରୁ ଅଧିକ ଦେଶରେ ବର୍ତ୍ତମାନ ଓମିକ୍ରନ୍ ଆତଙ୍କ ଖେଳାଇ ସାରିଛି। କିଛି ଦେଶରେ ଓମିକ୍ରନ୍ ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ବୁଧବାର ସୁଦ୍ଧା ୩୨ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିଭଳି ରାଜଧାନୀ ଦିଲ୍ଲୀରେ ମଧ୍ୟ ଗୁରୁବାର ଆଉ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପର୍ଯ୍ୟନ୍ତ ଦିଲ୍ଈରେ ୧୦ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି।
୯ଜଣ ଓମିକ୍ରନ୍ ରୋଗୀ ଦିଲ୍ଲୀର ‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ଭର୍ତ୍ତି ହୋଇଛନ୍ତି ।

ପୂର୍ବରୁ ଜଣେ ରୋଗୀଙ୍କୁ ଘରକୁ ବିଦା କରିଦିଆଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ନାହିଁ । ଏଲ୍ଏନ୍ଜେପି ହସ୍ପିଟାଲ୍’ରେ ୪୦ଜଣ କୋଭିଡ୍ ରୋଗୀ ଭର୍ତ୍ତି ହୋଇଛନ୍ତି । ଗୁରୁବାର ୮ଜଣ ସନ୍ଦିଗ୍ଧ ବିମାନ ବନ୍ଦରରୁ ଆସିଛନ୍ତି। ବିମାନ ବନ୍ଦରରୁ ଆସୁଥିବା ଅନେକେ କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡୁଛି।

‘ଏଲ୍ଏନ୍ଜେପି ହସ୍ପିଟାଲ୍’ରେ କେବଳ ଓମିକ୍ରନ୍ ଆକ୍ରାନ୍ତଙ୍କ ପାଇଁ ଏକ ୱାର୍ଡ ବ୍ୟବସ୍ଥା କରାଯାଇଛି। ସେ ୱାର୍ଡର ଶଯ୍ୟାସଂଖ୍ୟା ୪୦ ରୁ ୧୦୦କୁ ବୃଦ୍ଧି କରାଯାଇଛି । ଏପର୍ୟ୍ୟନ୍ତ ଓମିକ୍ରନ୍ ଭେରିଏଣ୍ଟ୍ର ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ଏବଂ ପରିସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଥିବା କହିଛନ୍ତି ସ୍ବାସ୍ଥ୍ୟ ନି ର୍ଦ୍ଦେ ଶକ ବିଜୟ ମହାପାତ୍ର । ଏହି ଭ୍ୟାରିଆ ୟାଣ୍ଟ ଅଧିକ ଘାତକ ହେଉ କି ନ ହେଉ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି

Comments are closed.