Latest Odisha News

ଓମିକ୍ରନ୍‌ ଭୟ; ଆମେରିକାରେ ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୨୦୨୨ରେ ମଧ୍ୟ କରୋନା ସଙ୍କଟ ଜାରି ରହିଛି। ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ ଫିକା ପଡ଼ିଛି। କ୍ରମାଗତ ତୃତୀୟ ଦିନ ଆମେରିକାରେ ୫.୮୦ ଲକ୍ଷରୁ ଅଧିକ ନୂଆ ମାମଲା ଦେଖିବାକୁ ମିଳିଛି। ଏହା ପୂର୍ବରୁ ୪.୮୮ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଥିଲା।

ଆମେରିକାରେ ଓମିକ୍ରନ୍‌ ଆହୁରି ଆତଙ୍କ ସୃଷ୍ଟି କରିଛି। ଟିକାକରଣ ପରେ ମଧ୍ୟ ନୂତନ ମାମଲା ଆସିବା ଚିନ୍ତା ବଢାଇ ଦେଇଛି। ଏକ ଆଶ୍ବସ୍ତିକର ବିଷୟ ‌ହେଉଛି ଓମିକ୍ରନ୍ ଭାରିଆଣ୍ଟ ଅତ୍ୟନ୍ତ ଗମ୍ଭୀର ନୁହେଁ ଏବଂ ଏଥିରେ ପୀଡିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ଡେଲ୍‌ଟା ଭାରିଆଣ୍ଟ ତୁଳନାରେ ବହୁତ କମ୍। ଓମିକ୍ରନ୍‌ରେ ପୀଡିତ ଲୋକଙ୍କୁ ମଧ୍ୟ ଅଧିକ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ନାହିଁ ବୋଲି ଜଣାପଡ଼ିଛି।

Comments are closed.