Latest Odisha News

BREAKING NEWS

ଓମିକ୍ରନ ମୂଷା ମାଧ୍ୟମରେ ମଣିଷ ଶରୀରରେ ପଂହଚିଛି : ଚୀନ ବୈଜ୍ଞାନିକ

ବେଜିଂ: କରୋନା ମହାମାରୀର ନୂତନ ଭ୍ୟାରିଆଂଟ ଓମିକ୍ରନ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ଚୀନର ରିସର୍ଚ୍ଚ ସାଇନ୍ସ ଡାଇରେକ୍ଟ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ଗବେଷକମାନେ ଗବେଷଣା କରି କହିଛନ୍ତି ଯେ, ଓମିକ୍ରନ ମୂଷାଙ୍କ ଶରୀରରେ ମ୍ୟୁଟେଟ ହୋଇ ମଣିଷ ପାଖକୁ ଆସିଛି । ଏହାକୁ ହୋଷ୍ଟ ଜମ୍ପିଂ କୁହାଯାଏ । ଓମିକ୍ରନରେ ୫୦ ପାଖାପାଖି ମ୍ୟୁଟେଶନ ନଜରକୁ ଆସିଥିଲା । ଏଥିରେ ୩୨ ସ୍ପାଇକ ପ୍ରୋଟିନ ଥିଲା । ସ୍ପାଇକ ପ୍ରୋଟିନ ଭାଇରସକୁ ଆମ ଶରୀରରେ ପ୍ରବେଶ କରାଇବାରେ ସହାୟ ହୋଇଥାଏ ।

ମଣିଷ ଏବଂ ଅନ୍ୟ ସ୍ତନପାୟୀ ପ୍ରାଣୀଙ୍କ ଶରୀରରେ ଭାଇରସ ଏତେ ଶୀଘ୍ର ମ୍ୟୁଟେଟ ହୋଇ ନ ଥାଏ । ପ୍ରଥମେ ମଣିଷ ଶରୀରରୁ ଏହା ମୂଷାକୁ ଯାଇଥିଲା ଏବଂ ପରେ ମ୍ୟୁଟେଶନ ହୋଇ ମଣିଷ ଶରୀରକୁ ଆସିଛି । ପୂର୍ବରୁ ଇବୋଲା ଭାଇରନ ଓ ପୋଲିସ କ୍ଷେତ୍ରରେ ଏ ଭଳି ଘଟଣା ଘଟିଥିଲା ବୋଲି ଗବେଷକମାନେ କହିଛନ୍ତି ।

Leave A Reply

Your email address will not be published.