Latest Odisha News

କରୋନା କବଳରେ କୋଲକାତା, ୮୦ ପୋଲିସ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର: କୋଲକାତାରେ କରୋନା ଖେଳୁଛି ମୃତ୍ୟୁର ଖେଳ । ଗତକାଲି ଶତାଧିକ ଡାକ୍ତର କରୋନାରେ ସଂକ୍ରମିତ ହୋଇଥିବା ଖବର ଚାଂଚଲ୍ୟ ସୃଷ୍ଟି କରିଥିଲା । ଆଜି ଅତ୍ୟଧିକ ସଂଖ୍ୟାରେ ପୋଲିସ କର୍ମଚାରୀ କରୋନାରେ ସଂକ୍ରମିତ ହେବା ଘଟଣା ପଶ୍ଚିମବଙ୍ଗ ପ୍ରଶାସନକୁ ଚିନ୍ତାରେ ପକାଇଛି ।

କରୋନା କବଳରେ କୋଲକାତା ପୋଲିସ ବିଭାଗର ୮୩ ଜଣ କର୍ମଚାରୀ । ସେମାନଙ୍କ ମଧ୍ୟରୁ କିଛି ଆଇପିଏସ୍ ଅଫିସର ସାମିଲ ଥିବା ଜଣାପଡିଛି । ୮୩ ସଂକ୍ରମିତଙ୍କ ମଧ୍ୟରୁ ୪୭ଜଣ ଘରେ ସଙ୍ଗରୋଧରେ ଥିବାବେଳେ ଅନ୍ୟ ୧୬ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ପ୍ରତିଶତ ହାର ୧୯.୫୯ ରହିଛି । ତାଜା ସ୍ଥିତି ଅନୁସାରେ ୨୦ ହଜାର ୧୮୬ଜଣ ସଦ୍ୟ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ବିଶେଷଜ୍ଞମାନେ ମତ୍ତ ଦେଇଛନ୍ତି ପଶ୍ଚିମବଙ୍ଗରେ ସ୍ପଷ୍ଟ ଭାବେ କରୋନା ସଂକ୍ରମଣର ତୃତୀୟ ଲହର ପରିଲକ୍ଷିତ ହୋଇଛି । ଆସନ୍ତା ଫେବ୍ରୁଆରୀ ମାସ ଶେଷ ସୁଦ୍ଧା କରୋନା ସଂକ୍ରମଣ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

Leave A Reply

Your email address will not be published.