ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସିବ ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ ଏହି କିଟ୍ ଆସିବାକୁ ଯାଉଛି । ମେଡ଼ିକାଲ ଆଣ୍ଡ ଡ଼ାଇଗ୍ନୋଷ୍ଟିକ୍ ଲିମିଟେଡ଼ (ଟାଟା) ଏମଡ଼ି ଦ୍ୱାରା ପ୍ରସ୍ତୁତ ଏହି କିଟ ସୋମବାର ପହଞ୍ଚିବ । ଟାଟା ଏମଡ଼ି ଏହି କିଟ୍ ଓଡ଼ିଶାକୁ ଦେବ । ଏହା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୂତାଣୁ ଚିହ୍ନଟ କରିବାରେ ସାହାଯ୍ୟ କରିବ । ଆଉ ଜିନମ ସିକ୍ୱେନ୍ସର ଆବଶ୍ୟକତା ପଡ଼ିବନି ।
ପ୍ରଥମ ପର୍ଯ୍ୟାୟରେ ଟାଟା ଏମଡ଼ିକୁ ୫ ଲକ୍ଷ କିଟ୍ ପାଇଁ ଅର୍ଡ଼ର ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟରେ ଟେଷ୍ଟ କଲେ ଓମିକ୍ରନ ଭୂତାଣୁ ଚିହ୍ନଟ ହେବ । ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି ।
କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର । ଆଉ ପ୍ରଥମ ରାଜ୍ୟଭାବେ ଓଡ଼ିଶା ଓମିସିଓର କିଟ୍ ଆଣିବା ପାଇଁ ଅର୍ଡ଼ର ଦେଇଥିଲା ।
Comments are closed.