Latest Odisha News

BREAKING NEWS

ଆସନ୍ତାକାଲିଠୁ ଟ୍ୱିନ୍ ସିଟିରେ ଗଡିବ ‘ମୋ ବସ୍‌’, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଅର୍ଥାତ ମଙ୍ଗଳବାରଠୁ ଟ୍ୱିନସିଟିରେ ଗଡିବ ମୋ ବସ୍ । ଭୁବନେଶ୍ୱର ଓ କଟକରେ ୭ଟି ରୁଟ୍‌ରେ ଚାଲିବ ମୋ ବସ୍। ୭ଟି ରୁଟ୍‌ରେ ବିନା ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରିବ। ଏୟାରପୋର୍ଟ-ସିଡିଏ, ନନ୍ଦନବିହାର-ଲିଙ୍ଗିପୁର, ମାଷ୍ଟରକ୍ୟାଣ୍ଟିନ-ସିଡିଏ ରେ ବସ୍ ଚାଲିବ।

ସେହିପରି ମାଷ୍ଟରକ୍ୟାଣ୍ଟିନ-ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନ-ସମ୍ ହସ୍ପିଟାଲ, ଡୁମୁଡୁମା-ମଞ୍ଚେଶ୍ୱରରେ ବସ୍ ଚାଲିବ। ମାଷ୍ଟରକ୍ୟାଂଟିନ ଓ ଏମ୍ସ ମଧ୍ୟରେ ବି ବସ୍ ଚଳାଚଳ କରିବ । ତେବେ ବସ୍‌ରେ ଯାତ୍ରା କରିବାକୁ ଥିବା ଯାତ୍ରୀଙ୍କ ପାଇଁ କ୍ରୁଟ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି ।

କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ବସ୍‌ରେ ଯାତାୟତ କରିପାରିବେ । ଏହାକୁ କଡାକଡି ଭାବେ ପାଳନ କରାଯିବ । ମାସ୍କ ପିନ୍ଧି ନଥିବା ଯାତ୍ରୀମାନେ ବସ୍‌ରେ ଯାଇପାରିବେ ନାହିଁ । ବସ୍ ରେ ଠିଆ ହୋଇ ଯାତ୍ରା କରିପାରିବେ ନାହିଁ । ଟିକେଟର ସଠିକ୍ ମୂଲ୍ୟ ମୁତାବକ ଖୁଚୁରା ଦେବାକୁ ପଡ଼ିବ ।ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ବସ୍ ଚଳାଚଳ କରିବ ବୋଲି ନିଷ୍ପତି ହୋଇଛି ।

Leave A Reply

Your email address will not be published.