Latest Odisha News

BREAKING NEWS

ନିରୀହ ପାରା ମାଧ୍ୟମରେ ଜାସୁସୀ କରୁଛି ପାକିସ୍ତାନ !

କଶ୍ମୀର: ଏବେ କିଛି ଦିନ ହେବ ପାକିସ୍ତାନ ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଏହି ଅବସରରେ ମଙ୍ଗଳବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମ ନିକଟରେ ଥିବା ଗ୍ରାମ ମନିୟାରୀରେ ଏକ ଆହତ ପାରାକୁ ଲୋକମାନେ ଉଦ୍ଧାର କରିଥିଲେ । ପାରା ଗୋଡରେ ସାଙ୍କେତିକ ଭାଷାରେ କିଛି ଲେଖା ଯାଇଥିଲା ।

ଲୋକମାନେ ସଙ୍ଗେ ସଙ୍ଗେ ବିଏସଏଫ ଅଧିକାରୀଙ୍କ ଦୃଷ୍ଟିକୁ ଏହି ଘଟଣା ଆଣିଥିଲେ । ଭାରତୀୟ ସୁରକ୍ଷା ଏଜେନ୍ସି ମଧ୍ୟ ଏଥିନେଇ ସତର୍କ ହୋଇଯାଇଛି । ସାଙ୍କେତିକ ଭାଷାକୁ ଡିକୋଡ କରିବା ପାଇଁ ଚେଷ୍ଟା ଚାଲିଛି । ପାରା ଅବସ୍ଥା ସଙ୍କଟାପନ୍ନ ରହିଛି । ଘାଟିରେ ସୁରକ୍ଷା ବାହିନୀ ଜୋରସୋରରେ ତଲାସି ଆରମ୍ଭ କରିଦେଇଛି ।

Leave A Reply

Your email address will not be published.