Latest Odisha News

ଜ୍ୟାକଲିନଙ୍କ ଜନ୍ମଦିନ: ଜେଲରେ ଥାଇ ଗାର୍ଲଫ୍ରେଣ୍ଡକୁ ଦାମୀ ଉପହାର ଦେଲେ ମହାଠକ ସୁକେଶ

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଜନ୍ମଦିନରେ ବିଶେଷ ଉପହାର ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ସୁକେଶ ଚନ୍ଦ୍ରଶେଖର । ମହାଠକ ସୁକେଶ ଚନ୍ଦ୍ରଶେଖର ଜେଲରେ ଥାଇ ନିଜ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଉପହାର ଦେଇଛନ୍ତି। ୧୧ ଅଗଷ୍ଟରେ ଜ୍ୟାକଲିନଙ୍କର ଜନ୍ମଦିନ ଥିଲା। ସେ ତାଙ୍କର ୩୯ ତମ ଜନ୍ମଦିନ ପାଳନ କରିଥିବା ବେଳେ ସୁକେଶ ତାଙ୍କୁ ଏକ ଜାହାଜ ଉପହାର ଦେଇଛନ୍ତି।

ଅଭିନେତ୍ରୀଙ୍କୁ ସୁକେଶ ଦେଇଥିବା ଏହି ଜାହାଜର ନାମ ଜ୍ୟାକଲିନଙ୍କ ନାମରେ ରଖାଯାଇଛି । ଅଭିନେତ୍ରୀଙ୍କୁ ଚିଠି ଲେଖି ସୁକେଶ ଏହା ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଗାର୍ଲଫ୍ରେଣ୍ଡଙ୍କ ଜନ୍ମଦିନରେ ସୁକେଶ ୱାୟନାଡ ଭୂସ୍କଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି ।

ସୁକେଶ ତାଙ୍କ ଚିଠିରେ କହିଛନ୍ତି ଯେ ‘ଲେଡି ଜ୍ୟାକଲିନ’ ନାମକ ଏହି ଜାହାଜ ଏହି ମାସରେ ଡେଲିଭର କରାଯିବ । ଏହା ହେଉଛି ସେହି ସମାନ ଜାହାଜ ଯାହାକି ୨୦୨୧ ମସିହାରେ ଜ୍ୟାକଲିନଙ୍କ ପାଇଁ ସୁକେଶ ଚୟନ କରିଥିଲେ। ସେ କହିଛନ୍ତି ଯେ ଜାହାଜର ସମସ୍ତ ଟିକସ ପ୍ରଦାନ କରାଯାଇଛି ଏବଂ ଏହା ସମ୍ପୂର୍ଣ୍ଣ ଆଇନଗତ ଅଟେ। ଜ୍ୟାକଲିନ ପଶୁ କଲ୍ୟାଣ କ୍ଷେତ୍ର ପାଇଁ କାର୍ଯ୍ୟ କରୁଛନ୍ତି । ତେଣୁ ବେଙ୍ଗାଲୁରୁର ଗୃହପାଳିତ ପଶୁମାନଙ୍କ ପାଇଁ ଏକ ଡାକ୍ତରଖାନା ମଧ୍ୟ ଜ୍ୟାକଲିନଙ୍କୁ ଉପହାର ଦେଇଛନ୍ତି।

ସେହିପରି ଅଭିନେତ୍ରୀଙ୍କ ଜନ୍ମଦିନରେ ସୁକେଶ ୱାୟନାଡ ଭୂସ୍ଖଳନ ପୀଡିତଙ୍କ ପାଇଁ ୧୫ କୋଟି ଟଙ୍କା ଏବଂ ୩୦୦ ଘର ଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି। ଜ୍ୟାକଲିନଙ୍କ ଉପରେ ସୁଟିଂ ହୋଇଥିବା ‘ୟିମି ୟିମି’ ଗୀତକୁ ସୁପରହିଟ୍ କରିବା ପାଇଁ ସେ ୧୦୦ ଆଇଫୋନ୍ ୧୫ ପ୍ରୋ ମଧ୍ୟ ଦେବାକୁ ଘୋଷଣା କରିଛନ୍ତି।

Comments are closed.