Latest Odisha News

BREAKING NEWS

ମେ’୧୦ରେ ତୁଳା ରାଶିରେ ପ୍ରବେଶ କରିବେ ଚନ୍ଦ୍ର, ଏହି ରାଶିଙ୍କୁ ମିଳିବ ସଫଳତା

ଭୁବନେଶ୍ବର: ମେ’୧୦ ତାରିଖରେ ଚନ୍ଦ୍ର, ଶୁକ୍ରଙ୍କ ରାଶି ତୁଳାରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ରାଶି ପରିବର୍ତ୍ତନ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ । ଚନ୍ଦ୍ରଙ୍କୁ ମନ,ମାନସିକ ସ୍ଥିରତା, ଭାବନା ଏବଂ ସମ୍ବେଦନର କାରକ ଭାବରେ ବିଶ୍ବାସ କରାଯାଏ । କୁଣ୍ଡଳୀରେ ଚନ୍ଦ୍ରଙ୍କ ସ୍ଥିତି ବ୍ୟକ୍ତିର ମାନସିକ ଅବସ୍ଥା ଏବଂ ଏକାଗ୍ରତା ଉପରେ ଅଧିକ ପ୍ରଭାବ ପକାଇଥାଏ । କୁଣ୍ଡଳୀରେ ଚନ୍ଦ୍ର ଶକ୍ତିଶାଳୀ ରହିଲେ ଧନ, ସଫଳତା ଏବଂ ସମସ୍ତ ସୁବିଧା ସହଜରେ ପ୍ରାପ୍ତ ହୁଏ ।

ତେବେ ତୁଳା ରାଶିରେ ପ୍ରବେଶ କରିଲେ ଚନ୍ଦ୍ର ମାଲାମାଲ ହେବ ଏହି ତିନି ରାଶି । ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ..

କନ୍ୟା: ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ଶୁଭ ରହିଛି । ଏହି ରାଶିର ବ୍ୟକ୍ତିମାନେ ଫସି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । ଆର୍ଥିକ ସଙ୍କଟ ଦୂର ହେବ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ । ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ । ଘରୋଇ ବିବାଦ ତୁଟିବ । ପାରିବାରିକ ସମ୍ପର୍କରେ ଉନ୍ନତି ଆସିବ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବନ୍ଧୁମାନଙ୍କ ସମୟ ଭଲ ସମୟ କାଟିବେ ।

କର୍କଟ: ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିବ । ଅଟକି ରହିଥିବା କାମରେ ସଫଳତା ପାଇବେ । ମାନସିକ ଶାନ୍ତି ପ୍ରାପ୍ତ ହେବ । ଜମି / ସମ୍ପତ୍ତି ସମ୍ବନ୍ଧୀୟ ବିବାଦର ଅନ୍ତ ଘଟିପାରେ । ବନ୍ଧୁ ଅବା ସମ୍ପର୍କୀୟମାନଙ୍କଠାରୁ କିଛି ଶୁଭ ଖବର ପାଇବେ । ଖୁସିର ସମୟ ଆସିବ । ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ପଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବାର ସମ୍ଭାବନା ରହିଛି । ବୈବାହିକ ଜୀବନ ସୁଖମୟ ହେବ । ଶତ୍ରୁ ପରାଜିତ ହେବେ । ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ ।

ମିଥୁନ: ଏହି ରାଶିର ବ୍ୟକ୍ତିମାନଙ୍କ ଆୟ ବୃଦ୍ଧିର ସମ୍ଭାବନା ରହିଛି । ଏହି ସମୟ ନିବେଶ ପାଇଁ ମଧ୍ୟ ଲାଭଦାୟକ ହେବ । ପ୍ରେମ ସମ୍ପର୍କ ଆହୁରି ମଜବୁତ ହେବ । ଜବ୍ ରେ ପଦୋନ୍ନତିର ସମ୍ଭାବନା ରହିଛି । ଦୂର ଯାତ୍ରା କରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତା ପାଇବାର ସମ୍ଭାବନା ଅଧିକ ରହିଛି ।

Comments are closed.