Latest Odisha News

BREAKING NEWS

ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡୁଆ ବଢିବାରେ ଲାଗିଛି। ବାନ୍ଦ୍ରା କୋର୍ଟ ପରେ ତାଙ୍କ ବିରୋଧରେ ଅନ୍ଧେରି କୋର୍ଟରେ ପୁଣି ଥରେ ଅଭିଯୋଗ ହୋଇଛି। ବୃତ୍ତି ଅନୁଯାୟୀ ଜଣେ ଓକିଲ କାଶିଫ୍‌ ଅଲ୍ଲୀ ଖାନ୍‌ କଙ୍ଗନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। କଙ୍ଗନା ନିଜ ଟ୍ୱିଟ୍ ମାଧ୍ୟମରେ ଦୁଇ ଧାର୍ମିକ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି କରିଥିବାରୁ ତାଙ୍କ ବିରୋଧରେ ଏହି ଅଭିଯୋଗ ଅଣାଯାଇଛି।

ଅନ୍ଧେରି କୋର୍ଟରେ ଓକିଲ କାଶୀଫ୍‌ ଅଲ୍ଲୀ ଖାନ୍‌ କଙ୍ଗନା ରାଣାୱତଙ୍କୁ ଦେଶଦ୍ରୋହ ଏବଂ ଦୁଇ ଧାର୍ମିକ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି କରିଥିବାର ଅଭିଯୋଗ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ ଏହି ବଲିଉଡ ଅଭିନେତ୍ରୀ ଭାରତର ବିଭିନ୍ନ ସମ୍ପ୍ରଦାୟ, ଆଇନ ତଥା ପ୍ରାଧିକୃତ ସରକାରୀ ସଂସ୍ଥାକୁ ସମ୍ମାନ କରନ୍ତି ନାହିଁ ଏବଂ ନ୍ୟାୟପାଳିକାକୁ ମଧ୍ୟ ପରିହାସ କରିଛନ୍ତି।

ଅଭିଯୋଗରେ ଦର୍ଶାଯାଇଛି ଯେ ବାନ୍ଦ୍ରା କୋର୍ଟ ପୋଲିସକୁ କଙ୍ଗନା ରାଣାୱତଙ୍କ ବିରୋଧରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ସେ ନ୍ୟାୟପାଳିକା ବିରୋଧରେ ଏକ ‘ ଅପମାନଜନକ’ ଟୁଇଟ୍ ପୋଷ୍ଟ କରି ଏହାକୁ ‘ପପୁ ସେନା’ ବୋଲି କହିଥିଲେ। ଏହି ମାମଲାର ଶୁଣାଣି ୧୦ ନଭେମ୍ବରରେ ଅନ୍ଧେରି କୋର୍ଟରେ ହେବ।

Comments are closed.