ପୁରୀ: ସମୟ ବହୁତ ବଦଳିଛି ସତ । ହ୍ବାଟ୍ସ ଆପ୍ ଯୁଗରେ ଲୋକେ ଆଉ ଚିଠି ଉପରେ ନିର୍ଭର କରୁନାହାନ୍ତି ସତ କିନ୍ତୁ ଆଜି ବି ସମାଜରେ ଡାକସେବା ଅନେକ ମହତ୍ତ୍ବ ବହନ କରୁଛି । ଆଜି ହେଉଛି ଜାତୀୟ ଡାକଦିବସ । ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖ ଅର୍ଥାତ୍ ଆଜିର ଦିନକୁ ଡାକ ଦିବସ ରୂପେ ପାଳନ କରାଯାଉଛି । ୧୮୫୪ ମସିହାରେ ଭାରତରେ ଡାକ ସେବା ଆରମ୍ଭ ହୋଇଥିଲା ।
ଏହି ଅବସରରେ ପୁରୀ କୁମ୍ଭାରପଡାର କଳାକାର ଶାଶ୍ୱତ ରଞ୍ଜନ ସାହୁ ୪୧୨ ଦିଆସିଲି କାଠିକୁ ବ୍ୟବହାର କରି ଏକ ଡାକ ବାକ୍ସ ତିଆରି କରିଛନ୍ତି । ଏହାକୁ ସଂପୂର୍ଣ୍ଣ କରିବାକୁ ତାଙ୍କୁ ପ୍ରାୟ ୮ ଘଣ୍ଟା ସମୟ ଲାଗିଥିଲା । ଶାଶ୍ୱତ ଙ୍କର ଏହି ଅନନ୍ୟ କଳାକୃତି , କେବଳ ଯେ ଭାରତୀୟ ଡାକ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତାହା ନୁହେଁ , ଏହା ଜନସାଧାରଣଙ୍କୁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବଗତ କରୁଛି ।
Comments are closed.