Latest Odisha News

BREAKING NEWS

ରାଜଧାନୀରେ ବର୍ବରକାଣ୍ଡ: ଯୁବତୀଙ୍କୁ ୧୨ କିମି ଘୋଷାଡି ନେଲା କାର

ନୂଆଦିଲ୍ଲୀ:ରାଜଧାନୀରେ ଦିଲ୍ଲୀରେ ମଦ୍ୟପ ଯୁବକଙ୍କ ପୁଣି ବର୍ବର କାଣ୍ଡ ।  ଜଣେ ମହିଳାଙ୍କୁ ୧୨ କିମି ପର୍ଯ୍ୟନ୍ତ ଘୋଷାଡି ନେଇଛି ଚଳନ୍ତା କାର । ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି । ଏମିତି ଘଟଣା ଘଟିଛି ଗତକାଲି ସକାଳେ ଦିଲ୍ଲୀ ସୁଲତାନପୁରୀ ଅଞ୍ଚଳରେ ।ନୂଆ ବର୍ଷ ସକାଳୁ ସକାଳୁ ଏପରି ଘଟଣା ସାରା ରାଜଧାନୀବାସୀଙ୍କ ହୃଦୟକୁ ଭିଜାଇ ଦେଇଛି ।

୨୦ ବର୍ଷର ଏହି ଯୁବତୀ ଜଣକ ସ୍କୁଟିରେ ଯାଉଥିବାବେଳେ ମଦ୍ୟପ ଯୁବକଙ୍କ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଏହା ପରେ ତାଙ୍କୁ ଚାରି କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଏହି ଘଟଣାର ଯେଉଁ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି ତାହା ଛାତିକୁ ଥରାଇ ଦେଲାପରି  । ଯୁବତୀଙ୍କ ଗୋଡ଼ କିମ୍ବା ହାତ କାରରେ ଲାଖି ରହିଥିଲା । କାରରେ ୫ ଜଣ ଯୁବକ ଥିଲେ। ଏ ଘଟଣା ପରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ।

କୁହାଯାଉଛି, ମହିଳାଙ୍କ ମୃତଦେହ ଉଦ୍ଧାର ବେଳକୁ ସେ ସମ୍ପୂର୍ଣ୍ଣ ବସ୍ତ୍ରହୀନ ଥିଲେ। ମହିଳାଙ୍କ ମାମୁ ଅଭିଯୋଗ କରିଛନ୍ତି, ଏହି ଘଟଣା ନିର୍ଭୟା ଘଟଣା ପରି । ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣାର ତଦନ୍ତ ଦାବି କରିଛନ୍ତି । ତେବେ ପୋଲିସର କହିବା ଅନୁଯାୟୀ, କେହି ଜଣେ ଫୋନ କରି କହିଥିଲେ ଯେ, ଏକ କାର ତଳେ ଯୁବତୀଙ୍କୁ ବାନ୍ଧି ଗାଡ଼ି ଚଳାଉଛନ୍ତି । ସେ ଗାଡିର ନମ୍ବର ଓ କଲର ମଧ୍ୟ ପୋଲିସକୁ କହିଥିଲେ । ପୋଲିସ ଖୋଜିବା ପାଇଁ ବାହାରିବା ପୂର୍ବରୁ ପିସିଆରର ଫୋନ ଆସିଥିଲା ଯେ, ରାସ୍ତାରେ ଜଣେ ଯୁବତୀଙ୍କ ମୃତ ଦେହ ପଡ଼ିଛି ।ପୋଲିସ ଉକ୍ତ ଗାଡି ନମ୍ବର ଯାଞ୍ଚ କରି ଅଭିଯୁକ୍ତଙ୍କୁ ଧରି ସେମାନଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.