ମୁମ୍ବାଇ: ଆନ୍ନା ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ୧୦୦ରୁ ଅଧିକ ଅଭିନେତ୍ରୀଙ୍କ ସହିତ ଅଭିନୟ କରିଛନ୍ତି । କେବଳ ଦକ୍ଷିଣୀ ସିନେମାରେ ନୁହେଁ, ସଂଖ୍ୟାଧିକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଛାପ ରହିଛି । ଅନ୍ସ୍କ୍ରିନ୍ ରଜନୀକାନ୍ତ ତାଙ୍କ ବୟସଠାରୁ ଯଥେଷ୍ଟ ଛୋଟ ଅନେକ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି, ଯାହା କ୍ୱଚିତ୍ ଅଭିନେତାଙ୍କ କ୍ୟାରିୟରରେ ଦେଖିବାକୁ ମିଳେ । ଗୋଟେ ସମୟ ଥିଲା ଯେତେବେଳେ ରଜନୀକାନ୍ତ-ଶ୍ରୀଦେବୀଙ୍କ ଯୋଡିକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ । ଏହି କାରଣରୁ ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିବା ନଜରକୁ ଆସେ । କିନ୍ତୁ କ୍ୱଚିତ୍ ଲୋକ ଜାଣିଥିବେ ସେମାନଙ୍କ ଭିତିରି ସମ୍ପର୍କର କଥା ।
ଉଭୟ ରଜନୀକାନ୍ତ-ଶ୍ରୀଦେବୀ ଯୋଡ଼ି ଇଣ୍ଡଷ୍ଟ୍ରିରେ ଖୁବ ଚର୍ଚ୍ଚିତ ଯୋଡ଼ି ଥିଲା । ଯେତେବେଳେ ଦୁହେଁ ପରଦାରେ ଏକାଠି ଅଭିନୟ କରୁଥିଲେ, ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ । ଉଭୟ ଦକ୍ଷିଣୀ ସିନେମାରୁ ବଲିଉଡ ପର୍ଯ୍ୟନ୍ତ ପ୍ରାୟ ୨୫ଟି ଫିଲ୍ମରେ ଅଭିନୟ କରିଛନ୍ତି । ଉଭୟ ଯୋଡ଼ିଙ୍କର ଅଧିକାଂଶ ଚଳଚ୍ଚିତ୍ର କନ୍ନଡ, ମାଲାୟାଲମ୍, ତେଲୁଗୁ ଏବଂ ତାମିଲ ଭାଷାରେ ରହିଥିଲା ।
ନିକଟରେ ରଜନୀକାନ୍ତ ଏକ ସାକ୍ଷାତକାରରେ କହିଛନ୍ତି ଯେ, ୨୦୧୧ ମସିହାରେ ସେ ଫିଲ୍ମ ‘ରାଣା\’ ପାଇଁ ସୁଟିଂ କରୁଥିଲେ । ସେହି ସମୟରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ସିଙ୍ଗାପୁରକୁ ନେବାକୁ ପଡିଥିଲା । ଯେତେବେଳେ ଏହି କଥା ଶ୍ରୀଦେବୀ ଜାଣିଲେ ସେ ଖୁବ୍ ଚିନ୍ତିତ ହୋଇପଡ଼ିଥିଲେ । ତୁରନ୍ତ ଶିରିଡ଼ି ଯାଇ ବାବାଙ୍କୁ ଦର୍ଶନ କରି ତାଙ୍କର ସୁସ୍ଥ କାମନା କରିଥିଲେ । ଏମିତି କି ୭ ଦିନ ପର୍ଯ୍ୟନ୍ତ ଉପବାସ ରହି ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ସିଙ୍ଗାପୁରରୁ ଭାରତ ଫେରିବା ପରେ ଶ୍ରୀଦେବୀ ସିଧା ତାଙ୍କ ଘରେ ପହଞ୍ôଚଥିଲେ । ଆଜି ଶ୍ରୀଦେବୀ ଏହି ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ପ୍ରଶଂସକମାନେ ଏହି ଯୋଡ଼ିକୁ ଏବେ ବି ମନେ ରଖିବା ସହ ବାରମ୍ବାର ତାଙ୍କ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି ରଜନୀକାନ୍ତ ।
BREAKING NEWS
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
- ଭୂତଳର କେଉଁ ସ୍ଥାନରୁ ଆସିଥାଏ ତେଲ? ଜାଣନ୍ତୁ ଏହା କାହିଁକି କିଛି ସୀମିତ ସ୍ଥାନରୁ ମିଳେ
- ଆଳୁ ଦର ୧୨ ଟଙ୍କାରୁ ଅଧିକ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ: ଯୋଗାଣ ବିଭାଗ
- Explosion: ବାଣ ଭିଡ଼ିବା ବେଳେ ଭୟଙ୍କର ବିସ୍ଫୋରଣ; ନାବାଳକ ସମେତ ୬ ଜଣ ଗୁରୁତର
- No Transit Fee On India In Hormuz Strait: ହରମୁଜ୍ ପ୍ରଣାଳୀରେ ନାହିଁ ଭାରତୀୟ ଜାହାଜ ଉପରେ କୌଣସି ଅତିରିକ୍ତ ଟିକସ…
- Fire Safety Mandatory for All Government Building: ଏଣିକି ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ରହିବା ବାଧ୍ୟତାମୂଳକ
Comments are closed.