Latest Odisha News

BREAKING NEWS

ଫାଙ୍କା ଗୁଳି ଫୁଟାଇ ଦିନ ଦ୍ୱିପହରରେ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା

କାମାକ୍ଷାନଗର(ହରେକୃଷ୍ଣ ରାଉତ):  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ୍ୟବ୍ୟାଙ୍କରୁ ବଡ ଧରଣର ଲୁଟ୍ ।  ମହାବିରୋଡ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୧ କୋଟିର ସୁନା ଏବଂ ୫ ଲକ୍ଷ ନଗଦ ଟଙ୍କାଲୁଟି ନେଇଛନ୍ତି ଦୁୃର୍ବୃତ୍ତ । ଦିନ ଦ୍ୱିପହରରେ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ ଲୁଟି ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଘଟଣା ଘଟିଛି ଆଜି ମଧ୍ୟାହ୍ନରେ  । ୍

ଆଜି ଦ୍ୱିପହରରେ ୪ ଜଣ ଦୁର୍ବୃତ୍ତ ୨ଟି ପଲସରରେ ଆସିଥିଲେ । ମହାବିରୋଡ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ପରିସରରେ ପଶି କେହି କିଛି ବୁଝିବା ପୂର୍ବରୁ ଫାଙ୍କା ଗୁଳି ଫୁଟାଇ ବ୍ୟାଙ୍କ କର୍ମଚାରୀ ଏବଂ ଲୋକଙ୍କୁ ଭୟଭୀତ କରାଇଥିଲେ ।  ବ୍ୟାଙ୍କରୁ ସୁନା ଓ ୫ ଲକ୍ଷ ନଗଦ ଲୁଟି ନେଇଛନ୍ତି । ଲୁଟ ସୁନାର ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ,  ପ୍ରାୟ ୫ଶହଟି ସୁନା ଅଳଙ୍କାର ପ୍ୟାକେଟ ୪ଟି ଟ୍ରଙ୍କରେ ଥିଲା । ଏହି ୪ଟି ଟ୍ରଙ୍କକୁ ଦୁର୍ବୁତ୍ତ ଉଠାଇ ନେଇଥିବା  ସୂଚନା ଦେଇଛନ୍ତି ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ ।  ସିସି ଟିଭି ଆଧାରରେ ମହାବିରୋଡ଼ ପୋଲିସର ତନାଘନା ଜାରି ।

ତେବେ ସବୁଠାରୁ ବଡ କଥା ହେଉଛି,  ମହାବିରୋଡ଼ ଥାନା ଠାରୁ ପ୍ରାୟ ୧କିଲୋମିଟର ଦୂରରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଏତେ ବଡ଼   ଲୁଟ କରିବାକୁ ସାହାସ କରି ପରୋକ୍ଷରେ ପୋଲିସକୁ  ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।

Leave A Reply

Your email address will not be published.