Latest Odisha News

BREAKING NEWS

ପବିତ୍ର ଦୀପାବଳିରେ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର

ପୁରୀ : ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଓ କାଳୀପୂଜା। ଏହି ଉପଲକ୍ଷେ ପୁରୀର ଯୁବଶିଳ୍ପୀ ଆୟୁଷ ମହାପାତ୍ର ପୁରୀ ବିରଗୋବିନ୍ଦପୁରସ୍ଥିତ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର କରି ଦର୍ଶକଙ୍କୁ ନିଆରା ଭେଟି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ପର୍ବପର୍ବାଣି ମାନଙ୍କରେ ଆୟୁଷ ଯେଉଁଭଳି ଭାବେ ଦୁଇହାତରେ ଓଲଟା ଚିତ୍ର କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇଥାନ୍ତି , ଠିକ୍ ସେହିଭଳି ଆଜିର ପବିତ୍ର ଦିନରେ ଆୟୁଷ ମା ଦକ୍ଷୀଣକାଳୀଙ୍କ ଓଲଟା ଚିତ୍ର ଦୁଇହାତରେ ୮ରୁ ୯ ମିନିଟ ମଧ୍ୟରେ ମାଙ୍କ ଭଜନର ତାଳେତାଳେ ଏହି ଚିତ୍ରକୁ ସମ୍ପୂର୍ଣ୍ଣ କରିଛନ୍ତି।

ଦୀପାବଳିରେ ଲୋକମାନେ ବାଣଫୁଟାଇ ପରିବେଶ ଓ ବାୟୁମଣ୍ଡଳକୁ ଯେଉଁଭଳି ଭାବରେ ପ୍ରଦୂଷଣ ନକରିବେ , ସେନେଇ ଆୟୁଷ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏହାସହ ଆଜିର ପବିତ୍ର ଦିନରେ ମାଙ୍କ ପାଖରେ ଏକ ଦୀପ ଜାଳି ଜଗତ ତଥା ପରିବାରର କିଭଳି ମଙ୍ଗଳ ହୋଇପାରିବ ସେନେଇ ଆରାଧନା କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.