Latest Odisha News

BREAKING NEWS

ଅତ୍ୟାଧୁନିକ ପ୍ରସାରଣ ଉପକରଣ ସହ ଦୂରଦର୍ଶନରେ ହେବ ଘୋଷଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ବର: ଚଳିତ ଜୁଲାଇ ୭ ତାରିଖରେ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା । ଘୋଷଯାତ୍ରା ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହଯୋଗରେ ଦୂରଦର୍ଶନ ଘୋଷଯାତ୍ରାର ସିଧାପ୍ରସାରଣ କରିବାର ବ୍ୟବସ୍ଥା କରିଛି। ଏଥିରେ ଉନ୍ନତ ମାନର ଅତ୍ୟାଧୁନିକ ପ୍ରସାରଣ ଉପକରଣ ଦ୍ୱାରା ହାଇ-ରିଜଲୁ୍ୟସନ୍‌ ଚିତ୍ରୋତ୍ତଳନର କରାଯାଇ ଅଗଣିତ ଦର୍ଶକମାନଙ୍କ ଦର୍ଶନ ନିମେନ୍ତେ ନିରବଚ୍ଛିନ୍ନ ଭାବେ ପ୍ରସାରଣ କରାଯିବ । ଏହାଦ୍ୱାରା ଦର୍ଶନ ଭିଳାଷୀ ଭକ୍ତମାନେ ଘୋଷଯାତ୍ରାର ପ୍ରତିଟି ମୁହୂର୍ତ୍ତକୁ ସ୍ପଷ୍ଟ ଭାବେ ଦେଖିପାରିବା ସହିତ ଭାବକୁ ମଧ୍ୟ ଅନୁଭବ କରିପାରିବେ ।

ଏଥିରେ ଓଡ଼ିଶାର ଜଗନ୍ନାଥ ସଂସ୍କୃତି ବିଶାରଦ ତଥା ପ୍ରଖ୍ୟାତ ଭାଷ୍ୟକାରମାନଙ୍କର ପ୍ରଗଳ୍‌ଭ ଏବଂ ତାତ୍ତ୍ୱିକ ବିଶ୍ଳେଷଣାତ୍ମକ ବିବରଣୀ ଦର୍ଶକମାନଙ୍କ ନିକଟରେ ପରିବେଷଣ କରାଯିବ । ଡିଡି ଓଡ଼ିଆରେ ଘୋଷଯାତ୍ରାର ସିଧାପ୍ରସାରଣ ଜୁଲାଇ ୭ ତାରିଖ ଦିନ ସକାଳ ୯ଟାରୁ ଆରମ୍ଭ ହେବ । ଏହି ପ୍ରସାରଣ ଡିଡି ଓଡ଼ିଆ ଏବଂ ଡିଡି ନ୍ୟାସନାଲ ୟୁଟୁ୍ୟବ୍‌ ଚାନେଲ୍‌ରେ ସକାଳ ୯ଟାରୁ ଲାଇଭ୍‌ ଷ୍ଟି୍ରମିଙ୍ଗ୍‌ ମାଧ୍ୟମରେ ଉପଲବ୍ଧ ହେବ । ଯେହେତୁ ନୀତି ଅନୁଯାୟୀ ଶ୍ରୀଜୀଉଙ୍କର ରଥଯାତ୍ରା ଏଥର ଦୁଇଦିନ ଧରି ଅନୁଷ୍ଠିତ ହେବ, ସେଥିପାଇଁ ୮ ତାରିଖ ଦିନ ମଧ୍ୟ ସକାଳ ୮.୩୦ରୁ ରଥଟଣାର ସିଧାପ୍ରସାରଣ କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

  • ୭ ଏବଂ ୮ ତାରିଖ – ଘୋଷଯାତ୍ରା
  • ୯ ତାରିଖ – ଆଡ଼ପମଣ୍ଡପ ବିଜେ
  • ୧୫ ତାରିଖ – ବାହୁଡ଼ା ଯାତ୍ରା
  • ୧୬ ତାରିଖ – ସୁନାବେଶ
  • ୧୭ ତାରିଖ – ଅଧରପଣା
  • ୧୮ ତାରିଖ – ନୀଳାଦ୍ରିବିଜେ
Leave A Reply

Your email address will not be published.