Latest Odisha News

BREAKING NEWS

ପୋଲିସ ଆଇନର ୩୦ ଧାରା ଉଚ୍ଛେଦ ଦାବିରେ ଧାରଣା : ପ୍ରଶାସନ ନଶୁଣିଲେ ତୀବ୍ର ହେବ ଆନ୍ଦୋଳନ

ଜଗତସିଂହପୁର : ପୋଲିସ ଆଇନର ୩୦ ଧାରା ଲାଗୁକୁ ନେଇ ପ୍ରତିବାଦ  । ଜଗତସିଂହପୁର ସଦର ଥାନା ଗଣତନ୍ତ୍ର ଛକଠାରେ ଧାରଣା ଦିଆଯାଇଛି। କମ୍ରେଡ  ବାସୁଦେବ ଙ୍କ ନେତୃତ୍ୱରେ ଧାରଣାରେ ବିଜେପି ନେତା ପ୍ରତାପ ମିଶ୍ର,କଂଗ୍ରେସ ଯୁବନେତା ବିପ୍ଳବ ଚୌଧୁରୀ ଓ ବିଭିନ୍ନ ସଙ୍ଗଠନ ର କର୍ମକର୍ତ୍ତା ପ୍ରମୁଖ  ଆଜି ଦିନ ୧୦ଟା ଠାରୁ ରାସ୍ତା କଡରେ ଧାରଣା ଦେଇଛନ୍ତି। ରାଜ୍ୟର କୌଣସି ସ୍ଥାନରେ ୩୦ ଧାରା ଲାଗୁ କରାଯାଉନଥିବାବେଳେ ଜଗତସିଂହପୁର ଥାନା ଅଞ୍ଚଳରେ ପ୍ରଶାସନର ଏଭଳି କାର୍ଯ୍ୟଧାରାକୁ ବିରୋଧ କରିବା ସହିତ ଏହି ଧାରାକୁ ବନ୍ଦ କରିବା ଲାଗି ଦାବି କରାଯାଇଛି ।

କମ୍ରେଡ଼ ବାସୁଦେବ ଙ୍କ  ସହିତ  ଜିଲ୍ଲାର ବିଭିନ୍ନ ଦଳ ଓ ସଂଗଠନ ଏହି ଧାରଣା ରେ ସାମିଲ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲାର ସ୍ବାର୍ଥ ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଚପାଇଦେବା ପାଇଁ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା ଏଭଳି ନିୟମକୁ ଦୃଢ଼ ନିନ୍ଦା କରାଯାଇଛି ।  ଏହି ଧାରାକୁ ଯଦି ପ୍ରଶାସନ ଉଚ୍ଛେଦ ନକରେ , ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ।

 

Leave A Reply

Your email address will not be published.