Latest Odisha News

BREAKING NEWS

୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଦେଶ ପାଇଁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ବିଜୟା ଦଶମୀରେ ଦେଶର ୭ଟି ନୂତନ ପ୍ରତିରକ୍ଷା କମ୍ପାନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଭାରତର ସାମରିକ ଶକ୍ତି ଏକ ବୃହତ ଆଧାର ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଏହି କମ୍ପାନୀଗୁଡ଼ି ଉନ୍ମୋଚନ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସମ୍ବୋଧିତ କରି ମୋଦି କହିଛନ୍ତି, ଏହି ପଦକ୍ଷେପ ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତା ଆଣିବ ଏବଂ ନୂତନ ଅଭିବୃଦ୍ଧିର ସମ୍ଭାବନା ଏବଂ ନୂତନତ୍ୱକୁ ଉନ୍ମୁକ୍ତ କରିବ। ଭାରତ ଏକ ନୂତନ ଭବିଷ୍ୟ ଗଠନ ପାଇଁ ନୂଆ ନିଷ୍ପତି ନେଇଛି। ୪୧ଟି ଆର୍ଡ଼ନାନ୍ସ କାରଖାନାର ନବୀକରଣ ଏବଂ ଏହି ୭ଟି କମ୍ପାନୀର ଶୁଭାରମ୍ଭ ଏହି ଯାତ୍ରାର ଏକ ଅଂଶ। ଗତ ୧୫-୨୦ବର୍ଷ ଧରି ଏହି ନିଷ୍ପତି ବିଚାରଧୀନ ରହିଛି।

୭ଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡ଼ିକ ହେଲା, ମୁନିସନ ଇଣ୍ଡିଆ ଲିମିଟେଡ଼୍(ଏମ୍ଆଇଏଲ), ଆରମୋର୍ଡ଼ ଭେଇକଲ୍ ନିଗମ ଲିମିଟେଡ(ଏଭିଏଏନ୍ଆଇ), ଆଡ଼ଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ଼(ଏଡ଼ବ୍ଲ୍ୟୁଇ ଇଣ୍ଡିଆ), ଟ୍ରୁପ କମ୍ଫଟ୍ସ ଲିମିଟେଡ଼୍ (ଟିସିଏଲ), ଯନ୍ତ୍ର ଇଣ୍ଡିଆ ଲିମିଟେଡ଼(ୱାଇଆଇଏଲ), ଇଣ୍ଡିଆ ଅପ୍ଟେଲ ଲିମିଟେଡ଼(ଆଇଓଏଲ୍) ଏବଂ ଗ୍ଲାଇଡ଼ର୍ସ ଇଣ୍ଡିଆ ଲିମିଟେଡ଼୍(ଜିଆଇଏଲ୍)।

ଏକ ସମୟରେ ଭାରତର ଅର୍ଡ଼ାନ୍ସ କାରଖାନା ସର୍ବଭାରତୀୟ ସ୍ତରରେ ସବୁଠାରୁ ଶକ୍ତିଶାଳୀ ବୋଲି ଦର୍ଶାଇଛନ୍ତି। ବିଶ୍ୱଯୁଦ୍ଧ ସମୟରେ ବିଶ୍ୱ ଭାରତର ଅର୍ଡ଼ାନ୍ସ କାରଖାନାର ଶକ୍ତି ଦେଖିଥିଲା। ଆମର ଉନ୍ନତ ଉତ୍ସବ ଓ ବିଶ୍ୱସ୍ତରୀୟ ଦକ୍ଷତା ଥିଲା। ଆମକୁ ଏହି କାରଖାନାର ନବୀକରଣ, ନୂତନ ଯୁଗର ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ଆବଶ୍ୟକ। କିନ୍ତୁ ଏଥିରେ ଅଧିକ ଧ୍ୟାନ ଦିଆଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ପୃଥିବୀର ଶୀର୍ଷ ଦେଶମାନଙ୍କ ମଧ୍ୟରେ ଆଣିବା ପାଇଁ କେନ୍ଦ୍ ଲକ୍ଷ୍ୟ ରଖିଛି। ସଂସ୍କାରମୂଳକ ପରିବର୍ତ୍ତନ ସମୟରେ ଆଜି ୭ଟି କମ୍ପାନୀ ଦେଶ ପାଇଁ ଉତ୍ସର୍ଗୀକୃତ ହେଉଛନ୍ତି।

ଗୁରୁବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପିଏମଓ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଭାରତର ପ୍ରତିରକ୍ଷା ପ୍ରସ୍ତୁତିରେ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଅର୍ଡ଼ାନ୍ସ ଫ୍ୟାକ୍ଟ୍ରି ବୋର୍ଡ଼କୁ ଏକ ସରକାରୀ ବିଭାଗରୁ ୭ଟି ୧୦୦ପ୍ରତିଶତ ସରକାରୀ ମାଲିକାନା କର୍ପୋରେଟ କମ୍ପାନୀରେ ପରିଣତ କରିବାକୁ ସରକାର ନିଷ୍ପତି ନେଇଛନ୍ତି।

Leave A Reply

Your email address will not be published.