Latest Odisha News

କରୋନା ମୁକାବିଲା: ଆରମ୍ଭ ହେଲା ‘ଓଡିଶା ସରକାର ହ୍ଵାଟ୍ସଆପ ଇନ୍ଫୋ ଡେସ୍କ’

ଭୁବନେଶ୍ୱର: ହ୍ଵାଟ୍ସଆପରେ କୋଭିଡ୧୯ ହେଲ୍ପଡେସ୍କ ଆରମ୍ଭ କଲେ ଓଡ଼ିଶା ସରକାର। ଏହା ସାହଯ୍ୟରେ ଜନସାଧାରଣଙ୍କୁ କରୋନା ଭାଇରସ ସମ୍ପର୍କରେ ସଦ୍ୟତମ ତଥା ନିର୍ଭୁଲ ତଥ୍ୟ ଦେବା ପାଇଁ ହ୍ଵାଟ୍ସଆପରେ ଏହି ହେଲ୍ପଡେସ୍କ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ନିଜର ତଥା ନିଜ ପରିବାରର ସୁରକ୍ଷା ସହ ସରକାରଙ୍କ କରୋନା ପ୍ରତିରୋଧ ପଦକ୍ଷେପ ବିଷୟରେ ତୁରନ୍ତ ସୂଚନା ପାଇବା ପାଇଁ bi.ly/OGCovidWhatsApp ରେ ‘Hi’ ପଠାଇବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆହ୍ୱାନ କରାଯାଇଛି ।

ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି କହିଛି, ଯେ କୋଭିଡ୍-୧୯ ସଂକ୍ରାନ୍ତ ସଦ୍ୟତମ ଘଟଣାବଳୀ, ସୂଚନା ଏବଂ ପରିସଂଖ୍ୟନ ଏବେ ଅତି ସହଜରେ ମିଳିପାରିବ।

Comments are closed.