Latest Odisha News

BREAKING NEWS

ଲୋକସଭା କମିଟିକୁ ନିର୍ବାଚିତ ହେଲେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର: ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି ।

କଟକ ସାଂସଦ ତଥା ବରିଷ୍ଠ ବିଜେଡ଼ି ନେତା ଭର୍ତ୍ତୃହରି ମହତାବ ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିକୁ ନିର୍ବାଚିତ ହୋଇଛନ୍ତି ।

“ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିର ୧୫ ସଦସ୍ୟଙ୍କ ନିମନ୍ତେ ୧୭ଜଣ ସାଂସଦଙ୍କ ଠାରୁ ନାମାଙ୍କନ ପତ୍ର ଆସିଥିଲା । କନୱାର ଡାନିଶ ଅଲ୍ଲୀ ଏବଂ ଜୟଦେବ ଗଲ୍ଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଓଡ଼ିଶା ସାଂସଦ ଭର୍ତ୍ତୃହରି ମହାତାବଙ୍କ ସମେତ ଅବଶିଷ୍ଟ ୧୫ ଜଣ ସଦସ୍ୟଙ୍କୁ ୨୦୨୦-୨୧ ବର୍ଷ ଲାଗି କମିଟିର ସଦସ୍ୟ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି ।” ଏନେଇ ଏହି ବିଜ୍ଞପ୍ତି ପ୍ରକାଶିତ ହୋଇଛି ।

ସେହିପରି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ୨୦୨୦-୨୧ ବର୍ଷ ଲାଗି ଏଷ୍ଟିମେଟ୍ କମିଟି ଲାଗି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସଭାର ଏହି ଏଷ୍ଟିମେଟ କମିଟି ଲାଗି ୩୦ ଜଣ ସଦସ୍ୟ ନିର୍ବାଚିତ ହେବାକୁ ଥିବାବେଳେ ୨୮ଜଣ ସଦସ୍ୟ ନିର୍ବାଚିତ ଘୋଷିତ ହୋଇଛନ୍ତି ।

ଏହି ଦୁଇଟି କମିଟି ଲାଗି ସଦସ୍ୟମାନେ ୧, ମେ ୨୦୨୦ ରୁ ୩୦ ଏପ୍ରିଲ୍ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ।

Leave A Reply

Your email address will not be published.