Latest Odisha News

BREAKING NEWS

ଦୁର୍ଦ୍ଧିନରେ କଟୁଛି ପାରା ଆଥାଲେଟଙ୍କ ଜୀବନ : ଦିନେ ଜାତୀୟସ୍ତରରେ ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ, ଏବେ ବିଲରେ ମୂଲ ଲାଗୁଛନ୍ତି

ନବରଙ୍ଗପୁର : ସରକାରଙ୍କ କ୍ରୀଡା ନୀତି କୁ ଉପହାସ । ଦିନେ ଜାତୀୟସ୍ତରରେ ମେଡାଲ ଜିତି ରାଜ୍ୟ ଓ ଜିଲ୍ଲା ପାଇଁ ମେଡାଲ ଜିତିଥିଲେ  । ଆଉ ଆଜି ପର ବିଲରେ ମୂଲ ଲାଗୁଛନ୍ତି  । ନା ମିଳୁଛି ପ୍ରେତ୍ସାହନ ନା ମିଳୁଛି ସରକାରୀ ସହାୟତା । ଏହି ଯୁବକ ଜଣକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବାଣିଆ ଗାଁର ଅର୍ଜୁନ ଭତ୍ରା ।   ଅନେକ ପ୍ରତିଭାର ଅଧିକାରୀ । ନବରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳ ରୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ  କ୍ରୀଡା ରେ ନିଜ ଦକ୍ଷତା ବଳ ରେ ଜଣେ  ଉନ୍ନତ  ଆଥାଲେଟ ଭାବେ ନିଜକୁ ପ୍ରସ୍ତୁତ କରିଛନ୍ତି  । ପାରା ଆଥଲେଟିକରେ  ଜାତୀୟ ସ୍ତରରେ ରାଜ୍ୟ ର ପ୍ରତିନିଧିତ୍ୱ  କରି ମେଡାଲ ଜିତି ନିଜ ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ୭୦ ପ୍ରତିଶତ ଦୃଷ୍ଟିଶକ୍ତି ହରାଇଥିବାରୁ ଅର୍ଜୁନ ତାଙ୍କ ଜଣେ ଶୁଭେଛୁଙ୍କ ସହାୟତାରେ କୋରାପୁଟ ସ୍ଥିତ ଦୃଷ୍ଟିହୀନ ସ୍କୁଲରେ ଶିକ୍ଷା ଗ୍ରହଣ ପାଇଁ  ଯାଇଥିଲେ। ଏଥିପାଇଁ ପରିବାରର କୌଣସି ପ୍ରକାର ସମର୍ଥନ ନଥିଲା  ।

ସେ ଦୃଷ୍ଟିହୀନ କ୍ରିକେଟ ଖେଳରେ ଅଲରାଉଣ୍ଡର ଭାବେ  ଯୋଗ ଦେଇଥିଲେ । କ୍ରିକେଟରେ ତାଙ୍କ ପ୍ରଦର୍ଶନ ଦେଖି ଅନେକ ରାଜ୍ୟ ଓ ଜାତୀୟ ସ୍ତରର କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିଲେ । ତେବେ ଚଳିତବର୍ଷ ପାରା ଆଥଲେଟ ରେ ୪୦୦ ମିଟର ଦୌଡ ପ୍ରତିଯୋଗିତା ରେ ଭାଗ ନେଇ ବ୍ରୋଞ୍ଜ ମେଡାଲ  ହାସଲ କରିଥିଲେ । ନିଜ ପରିବାର ର  ଦୁର୍ବଳ ଆର୍ଥିକ ସ୍ଥିତି ସତ୍ତ୍ୱେ ସମସ୍ତ ପ୍ରତିକୂଳ ପରିସ୍ଥିତି ପ୍ରତିବନ୍ଧକ କୁ ପଛରେ ପକାଇ ସେ ଆଗକୁ ବଢୁଥିଲେ ।  ଧୀରେ ଧୀରେ ତାଙ୍କ ପ୍ରତିଭା କେବଳ ନିଜ ଗାଁରେ ସୀମିତ ନ ରହି ଜିଲ୍ଲା ତଥା ରାଜ୍ୟ ସ୍ତରରେ ବ୍ୟାପିଥିଲା ।  ଏବେ ସେ ପରିବାର ପ୍ରତିପୋଷଣ ପାଇଁ ପର ବିଲ ରେ ମୂଲ ଲାଗୁଛନ୍ତି  । ଏବଂ ବାପାଙ୍କୁ ସହଯୋଗ କରୁଛନ୍ତି। ତେବେ କେବେ ଅର୍ଜୁନଙ୍କ ଉପରେ ସରକାରଙ୍କ କୃପା ଦୃଷ୍ଟି ପଡୁଛି , ତାହା ଦେଖିବାକୁ ବାକି ରହିଲା  ।

Leave A Reply

Your email address will not be published.