Latest Odisha News

ଦିନେ ଚାଲୁଥିଲା ପାଞ୍ଚ ପାଞ୍ଚୋଟି ହଲ୍, ଏବେ ଗୋଟେ ନାହିଁ

ପୁରୀ: ଐତିହ୍ୟ ନଗରୀ ପୁରୀ । ବିଶ୍ୱ ଦରବାରରେ ପୁରୀର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ଦିନେ ପୁରୀ ସହରରେ ପାଞ୍ଚ ପାଞ୍ଚଟି ପ୍ରେକ୍ଷାଳୟ ଥିଲା । ସହରର ଉନ୍ନତି ହେଉଥିବା ବେଳେ ପୁରୁଣା ସିନେମା ହଲ୍ ଏବେ ନିଜର ଅସ୍ତିତ୍ୱ ଖୋଜୁଛନ୍ତି । ପୁରୀର ଲକ୍ଷ୍ମୀ ସିନେମା ହଲରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ପ୍ରଦର୍ଶିତ ହୋଇଥିଲା । ବାତ୍ୟା ଫନି ମାଡ଼ରେ ଲକ୍ଷ୍ମୀ ସିନେମା ହଲ୍ ଭାଙ୍ଗିରୁଜି ଯାଇଥିବା ବେଳେ ପୁନରୁଦ୍ଧାର ପାଇଁ ଦାବି ହେଉଛି ।

ପୁରୀରେ ବାତ୍ୟା ଫନି ମାଡ଼ ପରେ ସରକାର ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟ ନଗରୀ ଭାବେ ଗଢ଼ି ତୋଳିବାକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । କିନ୍ତୁ ପ୍ରେକ୍ଷାଳୟ ପ୍ରତି କାହାର ଧ୍ୟାନ ନାହିଁ । ଶ୍ରୀକ୍ଷେତ୍ରରେ ସିନେମା ହଲ୍ ନଥିବାରୁ ସମସ୍ତେ ଭୁବନେଶ୍ୱର ଉପରେ ନିର୍ଭର କରୁଛନ୍ତି ।

ଏକଦା ଶ୍ରୀକ୍ଷେତ୍ରରେ ଥିବା ଲକ୍ଷ୍ମୀ ଟକିଜ୍, ଶ୍ରୀକ୍ଷେତ୍ର ସିନେମା ହଲ, ଶ୍ରୀରାମ ସିନେମା ହଲ୍, ଜନତା ହଲ୍, ଶ୍ରୀକୃଷ୍ଣ ସିନେମା ହଲରେ ପ୍ରବଳ ଭିଡ଼ ହେଉଥିଲା । ଫନି ବାତ୍ୟା ପରେ ସମସ୍ତ ସିନେମା ହଲ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉନାହିଁ । ସରକାର ପ୍ରୋତ୍ସାହନ ଯୋଗାଇ ହଲ୍ ଗୁଡ଼ିକର ପୁନରୁଦ୍ଧାର ପାଇଁ ଲୋକେ ଦାବି କରୁଛନ୍ତି ।

Comments are closed.