Latest Odisha News

BREAKING NEWS

ଋତୁରାଜଙ୍କୁ ଛୁଇଁଲା ପ୍ରେମ ଋତୁ

ମୁମ୍ବାଇ: ରିଷଭ ପନ୍ତ-ଉର୍ବଶୀ ରୌତେଲ, ଶୁଭମନ ଗିଲ-ସାରାଅଲୀ ଖାଁ ଓ କେଏଲ ରାହୁଲ-ଆଥିୟାଙ୍କ ପରେ ଏବେ ଋତୁରାଜଙ୍କୁ ଖୋଦ ପ୍ରେମ ଛୁଇଁଛି । ରିପୋର୍ଟ ମୁତାବକ କ୍ରିକେଟର ଋତୁରାଜ ଗାଏକ୍ୱାଡ ଓ ମରାଠା ଅଭିନେତ୍ରୀ ସାୟଲି ସଞ୍ଜୀବଙ୍କ ମଧ୍ୟରେ କିଛି ଗୋଟେ ଅଲଗା ସମ୍ପର୍କର ସୂତ୍ରପାତ ହେଉଛି । ଅବଶ୍ୟ ଏହା ସ୍ପଷ୍ଟ ହୋଇ ନାହିଁ । ତେବେ ସାୟଲିଙ୍କ ଏକ ପୋଷ୍ଟକୁ ନେଇ ଏହି ଚର୍ଚ୍ଚା ଜୋର ଧରିଥିଲା । ସାୟଲି କିନ୍ତୁ ଏହାକୁ ଖଣ୍ଡନ କରିବା ସହ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି । ହଁ ଆମେ ଦୁହେଁ ଭଲ ବନ୍ଧୁ । ଆପଣମାନଙ୍କ ଯୋଗୁ ଆମ ବନ୍ଧୁତା ପ୍ରଭାବିତ ହେବ । ୧୮ ମାସ ତଳର ଏକ ପୋଷ୍ଟକୁ ନେଇ ଏ ଭଳି କଂମେଟ କରିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

BjdElectrycity

ଋତୁରାଜ କିନ୍ତୁ ଏ ସମ୍ପର୍କରେ ମୁହଁ ଖୋଲି ନାହାନ୍ତି । ସେ ନୋ ବଲରେ ଛକା ସହ ଗୋଟିଏ ଓଭରରେ ୭ଟି ଛକା ମାରି ଚର୍ଚ୍ଚାକୁ ଆସିଛନ୍ତି । ଉପରୋକ୍ତ ୩ ପ୍ରେମ କାହାଣୀରୁ କେବଳ ରାହୁଲ-ଆଥିୟାଙ୍କୁ ମାନ୍ୟତା ମିଳିସାରିଛି କହିଲେ ଭୁଲ ହେବନି । ବାକି ସମ୍ପର୍କଗୁଡିକର ସତ୍ୟତା ନେଇ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

Leave A Reply

Your email address will not be published.