Latest Odisha News

BREAKING NEWS

ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା, ୧୦ ଦିନ ପରେ ଧରାପଡ଼ିଲା ଅଭିଯୁକ୍ତ

କୋରାପୁଟ : ସ୍ବାମୀ ଓ ପୁଅକୁ ବନ୍ଧୁକ ଦେଖାଇ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୦ ଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ଜୟପୁର ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଜୟପୁର ସଦର ଥାନା ଅନ୍ତର୍ଗତ କୁସୁମପୁଟର ମୀନ ବାରିକ । ପାଡୁଆ ଜଙ୍ଗଲରୁ ତାକୁ ପୋଲିସ ଗିରଫ କରିଛି । ଏବେ ବି ଅନ୍ୟ ଅଭିଯୁକ୍ତ ଲାଲ ବାହାଦୁର ଦର୍ଜୀ ଫେରାର ଅଛି । ଆଜି ପୋଲିସ ମୀନ ବାରିକକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି ।

ଗଣ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଜେପି ତରଫରୁ ଜୟପୁର ବନ୍ଦ କରାଯାଇଥିବା ବେଳେ, ଏସଡିପିଓ ଅଫିସ ସମ୍ମୁଖରେ ଗଣଧାରଣା ଓ ଜାତୀୟ ରାଜପଥ ଅବରୋଧ କରିଥିଲା କଂଗ୍ରେସ । ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ୭ ତାରିଖରେ କୋରାପୁଟ ବନ୍ଦ ଓ ୯ ତାରିଖରେ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ଏହାପରେ ଆଜି ପୋଲିସ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ, ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଗତ ୨୪ ତାରିଖ ରାତିରେ ଜୟପୁର ସଦର ଥାନା ଅନ୍ତର୍ଗତ ବାମୁଣି ଗାଁରେ ସ୍ବାମୀ, ସ୍ତ୍ରୀ ଓ ପୁଅ ଶୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଘର ପଛ ପଟେ ପଶି ସ୍ବାମୀକୁ ନିସ୍ତୁକ ମାଡ ମାରିଥିଲେ । ଏହାପରେ ପୁଅକୁ ଜୀବନରେ ମାରିଦେବାକୁ ଧମକ ଦେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଏଭଳି ଏକ ଘଟଣା ପରେ ଅଭିଯୁକ୍ତ ମୀନ ବାରିକ ପାଇଁ କୌଣସି ଓକିଲ ଲଢ଼ିବେ ନାହିଁ ବୋଲି ଜିଲ୍ଲା ଓକିଲ ସଂଘ ନିଷ୍ପତ୍ତି ନେଇଛି ।

Comments are closed.