ନୂଆଦିଲ୍ଲୀ:ରଖେ ହରି ମାରେ କିଏ । ଏ ଭଳି ଏକ ଘଟଣା ଭାରତର ରାଜଧାନୀରେ ଘଟିଛି । ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାକୁ ଅବା କିଏ ମାରିପାରେ । ଦେଢ଼ ବର୍ଷର ଶିଶୁ ଖେଳୁଥିବା ବେଳେ ହଠାତ ସାବୁନ ଫେଣରେ ଭର୍ତି ୱାଶିଙ୍ଗ ମେସିନ ମଧ୍ୟରେ ପଡି ଯାଇଥିଲା । ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ସେ ତା ଭିତରେ ପଡି ଛଟପଟ ହୋଇଥିଲା । ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ପରିବାର ଲୋକ ତାର ବଂଚିବା ଆଶା ଛାଡି ଦେଇଥିଲେ । କେବଳ ଗୋଟିଏ ବିଶ୍ୱାସ ଥିଲା ଠାକୁରେ ଆମ ପିଲାକୁ ରକ୍ଷା କରିବେ । ଡାକ୍ତରଖାନା ନେବା ବେଳକୁ ଶରୀର ଥଣ୍ଡା ଓ ନେଳି ପଡି ଯାଇଥିଲା । ବିପି କିମ୍ବା ପଲସ ନ ଥିଲା । କେବଳ ହାର୍ଟ କିଛି ମାତ୍ରାରେ ଚାଲୁ ରହିଥିଲା ।
୭ଦିନ କାଳ କୋମାରେ ରହିବା ପରେ ତାର ଚେତା ଆସିଥିଲା । ଏହା ପରେ ଜେନେରାଲ ୱାର୍ଡକୁ ଶିଫ୍ଟ କରାଯାଇଥିଲା । ସେଠାରେ ସେ ତା ମାଆକୁ ଚିହ୍ନି ପାରିଥିଲା । ସିଟି ସ୍କାନରେ ମସ୍ତିଷ୍କର କୌଣସି କ୍ଷତି ହୋଇ ନ ଥିବା ଜଣାପଡିଥିଲା । ଛୋଟ ପିଲାଟି ଏବେ ବିପଦମୁକ୍ତ ଥିଲେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଏହି ଘଟଣା ଏବେ ସମ୍ପୂର୍ଣ୍ଣ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି ।
Comments are closed.