Latest Odisha News

BREAKING NEWS

ଟ୍ରେନ୍ ଉପରେ ଚଢ଼ି ସେଲଫି ନେବା ବେଳେ ଜଳିଗଲେ ଯୁବକ

ରାୟଗଡ଼ା: ବିବାହ ଉତ୍ସବକୁ ମନ ଖୁସିରେ ଯାଇଥିଲେ । ହେଲେ ସେଲଫି ନେବା ବେଳେ ଚାଲିଗଲା ଜୀବନ । ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଗାଁକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ଜଣ । ସେଠାରେ ରେଳ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦେବେନ୍ଦ୍ର ଛିଡ଼ା ହୋଇଥିବା ମାଲବାହୀ ଟ୍ରେନକୁ ସେଲଫି ନେବା ଲାଗି ଚଢ଼ି ଯାଇଥିଲେ ।

ସେଲଫି ନେଉଥିବା ବେଳେ ଦେବେନ୍ଦ୍ର ମାଲବାହୀ ଟ୍ରେନ୍ ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଓ ଜିଆରପି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ମୃତ ଦେବେନ୍ଦ୍ର କାଶୀପୁର ବ୍ଲକ ବତ୍ରିବାଲି ଗାଁର ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.