Latest Odisha News

BREAKING NEWS

ରାୟଗଡ଼ାରେ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଯୁବକ ଗିରଫ

ରାୟଗଡ଼ା: ସର୍ବସାଧାରଣରେ ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଚିରିବା ସହିତ ପୋଡ଼ିଦେବା ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । ଏହି ଯୁବକ ଜଣକ ଏସମ୍ପର୍କିତ ଏକ ଭିଡ଼ିଓକୁ ମଧ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିବା ଅଭିଯୋଗ ହୋଇଛି ।

ରାୟଗଡ଼ା ଜିଲ୍ଲିା ଟିକିରି ଥାନା ଅନ୍ତର୍ଗତ ତଥା ପଞ୍ଚାଳୀ ଗ୍ରାମର ଅଗସ୍ତି ଗରେଡ଼ା ନାମକ ଜଣେ ଯୁବକ ଏହି କାଣ୍ଡ ଭିଆଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଯୁବକ ଜଣକ ଯେଉଁ ଭିଡ଼ିଓଟି ସୋସିଆଲ୍ ମିଡ଼ିଆରେ ଅପଲୋଡ଼ କରି ଭାଇରାଲ୍ କରିଛି ସେହି ଭିଡ଼ିଓଟିରେ ଡ଼ଃ ବି ଆର୍ ଆମ୍ବେଦକରଙ୍କ ଫଟୋକୁ ପୂଜା କରୁଥିବାର ଦୃଶ୍ୟ ରହିଛି । ଏପରିକି କିଛି ଯୁବକଙ୍କ ସହିତ ଅଭିଯୁକ୍ତ ଜଣକ କିଛି ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ପୋଡି ଦେଉଥିବାର ଦୃଶ୍ୟ ରହିଛି ।

ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିବା ପରେ ପୋଲିସ ଅଗସ୍ତିକୁ ମଙ୍ଗଳବାର ଦିନ ଗିରଫ କରିଛି । ଏହି ଘଟଣା ସମ୍ପର୍କରେ ପୋଲିସ ଅଧିକ ଛାନଭିନ୍ନ କରିବା ଆରମ୍ଭ କରିଦେଇଥିବା ସୂଚନା ମିଳିଛି ।

ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଅନ୍ୟ ଯୁବକମାନେ ଫେରାର ରହିଥିବା ବେଳେ ପୋଲିସ ଏମାନଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

Comments are closed.