Latest Odisha News

BREAKING NEWS

କଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଆହତ

କଟକ: କଟକ ଜିଲ୍ଲାର ଉପକଣ୍ଠସ୍ଥ ୧୬ ନଂ ଜାତୀୟ ରାଜପଥର ପ୍ରତାପ ନଗରୀ ନିକଟରେ ବୁଧବାର ସକାଳେ ଏକ ଯାତ୍ରୀବାହୀ ବସ ଅନ୍ୟ ଏକ ବସକୁ ଧକ୍କା ଦେବା ଫଳରେ ୬ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ଏହି ୨ଟି ଘରୋଇ ବସ୍ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ଗୋଟିଏ ବସର ଡ୍ରାଇଭର ଅଚାନକ ଗାଡିର ବ୍ରେକ୍ ଲଗାଇଦେଇଥିଲେ । ଯାହାଫଳରେ ପଛରୁ ଆସୁଥିବା ଦ୍ୱିତୀୟ ବସଟି ଭାରସାମ୍ୟ ହରାଇ ଆଗ ଗାଡିକୁ ଧକ୍କା ଦେଇଥିଲା ।

ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲର କାଜୁଆଲିଟି ୱାଡରେ ଭର୍ତ୍ତି କରିଥିବା ନେଇ ଜଣାପଡିଛି । ଅପରପକ୍ଷରେ ଉକ୍ତ ଆହତମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୁତ୍ରରୁ ପ୍ରକାଶ ।

ତେବେ ଦୁର୍ଘଟଣାଗସ୍ତ ଗାଡି ଦୁଇଟିର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.