Latest Odisha News

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରାଯାଇଛି । କେବଳ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଦୋକାନଗୁଡିକୁ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି ।

BjdElectrycity

ଏସବୁ ଭିତରେ ବିଶେଷ କରି ସହରାଞ୍ଚଳରେ ଉଠାଦୋକାନ କରି ପେଟ ପୋଷୁଥିବା ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟଙ୍କାଟେ ବି ରୋଜଗାର ନ ଥିବାରୁ ପିଲାମାନଙ୍କ ମୁହଁରେ ଦୁଇ ଓଳି ଖାଦ୍ୟ ଦେବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉ ନାହିଁ । ସହରାଞ୍ଚଳର କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହା ଦ୍ୱାରା ପ୍ରାୟ ୮୭ ହଜାର ୬୫୭ ଜଣ ଉଠା ଦୋକାନୀ ଉପକୃତ ହେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.