ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ( ଆରଏସପି) କ୍ୟାପଟିଭ ପାୱାର ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ଲାଣ୍ଟରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ସେକ୍ଟର -୫ ଗୋଲଘର ସୁବାସପାଲିର ଅମର କୁମାର ପଣ୍ଡା । ଗୁରୁତର ହେଲେ ସୁଶୀଲ କୁମାର ଦେଓଗ୍ରାମ । ଏ ଦୁଇଜଣ ରାଉରକେଲା ଠିକା ସଂସ୍ଥା ଗୋମତି ଏଣ୍ଟରପ୍ରାଇଜେସ ଅଧୀନରେ କାମ କରୁଥିଲେ ।
ପୂର୍ବାହ୍ନ ପ୍ରାୟ ସାଢେ ଏଗାରଟା ରେ ସିପିପି-୧ର ପାଇପଲାଇନ ସଫେଇ କରୁଥିଲେ। ହଠାତ ପାଇପ ଲାଇନରେ ବିସ୍ପୋରଣ ଘଟି ଲୁହା ପାଇପ ଖଣ୍ଡ ଦୁହିଁଙ୍କ ଉପରେ ପଡ଼ିଥିଲା । ଦୁହିଁକୁ ଗୁରୁତର ଅବସ୍ଥାରେ ଆଇଜିଏଚରେ ଭର୍ତ୍ତି କରିଯାଇଥିଲା।
ଚିକିତ୍ସାଧୀନ ଅବସ୍ଥାରେ ଅମରଙ୍କର ମୃତ୍ୟୁ ହୋଇଥିଲା। ଖବର ପ୍ରସାରିତ ହେବା ପରେ ବିଭିନ୍ନ ଶ୍ରମିକ ସଂଗଠନ ଆଇଜିଏଚରେ ପହଞ୍ଚି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଆରଏସପିରେ ନିଯୁକ୍ତି ଦାବି କରିଛନ୍ତି। ବିଭୀଗୀୟ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Comments are closed.