Latest Odisha News

[ଭିଡ଼ିଓ] ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ, ଭୋଟ୍ ହାତେଇବାକୁ ଚାଲିଛି ପ୍ରଚାର

ଜଗତସିଂହପୁର: ମୈଦାନରେ ପ୍ରାର୍ଥୀଙ୍କ ଜୋରଦାର ଲଢେଇ। ଚାଲିଛି ପ୍ରଚାର। କେଉଁଠି ଫାମିଲି ଫାଇଟ ତ ଆଉ କେଉଁଠି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଟକ୍କର। କହିବାକୁ ଗଲେ ରାଜନୀତି ମାହୋଲ ବେଶ୍ ସରଗରମ ହୋଇପଡିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ପରିଷଦ ଜୋନ ନଂ- ୪ ଅନ୍ତର୍ଗତ ଅଳସୁଧା, ପିତେଇପୁର, ମୁଦୁପୁର ଆଦି ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ୍ ହାସଲ କରିବା ଘରକୁ ଘର ବୁଲି ପ୍ରଚାର ପ୍ରସାର ଚଳାଇଛନ୍ତି।

ପ୍ରଚାର ପ୍ରସାରରେ ଅଳସୁଧା ଗ୍ରାମ ପଞ୍ଚାୟତ ପାଦେ ଆଗରେ ରହିଥିବା ଦେଖାଯାଉଛି । ଏହି ପଞ୍ଚାୟତ ରେ ୪ଜଣ ସରପଞ୍ଚ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସମିତି ସଭ୍ୟ ପାଇଁ ମଧ୍ୟ ୪ଜଣ ପ୍ରାର୍ଥୀ ରହିଛନ୍ତି।

ମୋଟ ୩,୭୦୦ ଭୋଟର ଙ୍କୁ ନେଇ ଗଠିତ ଏହି ପଞ୍ଚାୟତରେ ୧୮୮୫ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧୭୯୧ ଜଣ ମହିଳା ଭୋଟର ରହିଛନ୍ତି ।

ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଲକ୍ଷ୍ମୀପ୍ରିୟା ପାଳ, ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଦିଲ୍ଲୀପ କୁମାର ଦାସ, କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ଦେବଜାନୀ ସ୍ୱାଇଁ ଏବଂ ସ୍ବାଧୀନ ସରପଞ୍ଚ ପ୍ରାର୍ଥୀ ଭାବେ ଭ୍ରମରବର ସ୍ୱାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଚଳିତ ନିର୍ବାଚନରେ ଏଠାରେ ଜୋରଦାର ଲଢେଇ ହେବା ସହ ଶାସକ ଦଳର ପ୍ରାର୍ଥୀ ଏବଂ ଦଳୀୟ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ମୁକାବିଲା ହେବ ।

 

Comments are closed, but trackbacks and pingbacks are open.