Latest Odisha News

BREAKING NEWS

ଦିନକ ପାଇଁ ବାହାଘର, ବର ଦେବ ୪୦ ହଜାର ଟଙ୍କା

ବେଜିଂ: ବିଶ୍ୱାସ ନ ହେଲେ ବି ସତ । ବାହାଘର ତାହା ପୁଣି ଦିନକ ପାଇଁ.. । ଭାରତୀୟ ସମାଜରେ ବାହାଘରକୁ ଧୂମଧାମରେ ପାଳନ କରାଯିବ ସହ ୭ଜନ୍ମ ପାଇଁ ଏହାକୁ ପାଳନ କରିଥାନ୍ତି । ମାତ୍ର ଚୀନରେ କଥା ଭିନ୍ନ । ଏଠାକାର ହୁୱେଇର ଗ୍ରାମୀଣ ଅଂଚଳରେ ଦିନକ ପାଇଁ ବାହାଘର ହୋଇଥାଏ । ଏଥିପାଇଁ ସେମାନେ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ କରି ନ ଥାନ୍ତିି । ଗୋପନୀୟ ଢ଼ଙ୍ଗରେ କରାଯାଇଥିବା ଏହି ବାହାଘର ମାତ୍ର ୨୪ ଘଂଟା ପାଇଁ ହୋଇଥାଏ । ଏହା ପରେ ଉଭୟ ପତି ଓ ପତ୍ନୀ ଚାହିଁଲେ ଏକତ୍ର ରହିପାରିବେ ଅନ୍ୟଥା କୌଣସି ପ୍ରକାରର ବାଧ୍ୟତା ନାହିଁ । ଅବଶ୍ୟ ଏହି ବାହାଘର ପାଇଁ ପତିଙ୍କୁ ୪୦୦୦୦ ଟଙ୍କା ଦେବାକୁ ପଡିଥାଏ । ଚୀନରେ ବିବାହ କରିବାକୁ ଯୁବ ପିଢ଼ୀ ଏତେଟା ଆଗ୍ରହ ପ୍ରକାଶ କରୁ ନାହାନ୍ତି । କେବଳ ବିବାହ ନ କଲେ ଅଶୁଭ ବିବେଚନା କରାଯାଏ । ସେଥିପାଇଁ ଯୁବକମାନେ ଏ ଭଳି ଦିନକିଆ ବିବାହ କରି ଅବିବାହିତ ଦୋଷ କଟାଇଥାନ୍ତି ।

ପତ୍ନୀ ମୋଟା ଅଙ୍କର ଅର୍ଥ ପାଉଥିବାରୁ ସେମାନେ ଏଥିପାଇଁ ମଧ୍ୟ ରାଜି ହୋଇ ଯାଉଛନ୍ତି । ଚୀନର ରୀତିନୀତି ଅନୁସାରେ ଯଦି ଜଣେ ଅବିବାହିତ ଭାବେ ମୃତ୍ୟୁବରଣ କରେ ତେବେ ମଧ୍ୟ ଅର୍ଥ ଖର୍ଚ୍ଚ କରି ତାର ବିବାହ କରାଯାଇଥାଏ । ପରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ନିଆ ଯାଇଥାଏ । ଏବେ ଏହା ବ୍ୟବସାୟରେ ପରିଣତ ହୋଇଯାଇଥିବାରୁ ଝିଅର ମାତା,ପିତା ଏଥିନେଇ ସଙ୍ଗେ ସଙ୍ଗେ ହଁ କରି ଦେଉଛନ୍ତି ।

Leave A Reply

Your email address will not be published.