Latest Odisha News

BREAKING NEWS

ସ୍ଵାମୀ-ସ୍ତ୍ରୀ ମିଶି କରୁଥିଲେ ଗଞ୍ଜେଇ ବେପାର, ମାଡି ବସିଲା ଅବକାରୀ ବିଭାଗ

ବିନିକା: ସ୍ଵାମୀ-ସ୍ତ୍ରୀ ମିଶି କରୁଥିଲେ ଗଞ୍ଜେଇ ବେପାର । ପେଟ୍ରୋଲିଙ୍ଗ ବେଳେ ମାଡିବସିଲା ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ । ୨୧ କେଜିର ଗଞ୍ଜେଇ ସହ ଏକ କାରକୁ ଜବତ କରିଛି ଅବକାରୀ ବିଭାଗ ।

ସୂଚନା ଅନୁସାରେ, ଆଜି ସକାଳୁ ବିନିକା ବ୍ଲକ ଅଞ୍ଚଳର କରତଙ୍ଗ ଛକରେ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଛତିଶଗଡ ଅଞ୍ଚଳ ନମ୍ବର ଥିବା ଏକ ଗାଡିକୁ ଅଟକାଇ ଥିଲେ l ଗାଡିରେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ବସିଥିଲେ l ପରେ ଗାଡିକୁ ଯାଞ୍ଚ କରିବା ବେଳେ ସେଥିରେ ଦୁଇଟି ବସ୍ତାରେ ପାଖାପାଖି ୨୧କେଜି ଗଞେଇ ମିଳିଥିଲା l ଗଞେଇ ଜବତ କରିବା ସହିତ ଦୁଇ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହା ସହ ସେ ବସିଥିବା କାରକୁ ମଧ୍ୟ ଜବତ କରାଯାଇଛି ।  ଗିରଫ ଦମ୍ପତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶର ଅନିଲ ସୋନି ଓ ରଜନିତ ସୋନି । ସେମାନଙ୍କୁ ଆଜି କୋର୍ଟ ଚାଳାଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଆରକ୍ଷୀ ଅଧକ୍ଷା l

Leave A Reply

Your email address will not be published.