ନୂଆଦିଲ୍ଲୀ: ଗ୍ରେଟ ବ୍ରିଟେନର ରାଣୀ ମହାମହିମ ଏଲିଜାବେଥ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮, ୨୦୨୨ରେ ବିୟୋଗ ହୋଇଛି । ଏହି ଦିବଂଗତ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନାର୍ଥେ ଭାରତ ସରକାର ସେପ୍ଟେମ୍ବର ୧୧ରେ ସାରା ଦେଶରେ ଦିନିକିଆ ଶୋକ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଶୋକ ପାଳନ ଦିନ ନିୟମିତ ଜାତୀୟ ପତାକା ଉଡୁଥିବା ଭାରତର ସମସ୍ତ ସୌଧରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ ଓ ସେହିଦିନ କୌଣସି ଔପଚାରିକ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ଏନେଇ ବିଜ୍ଞପ୍ତି ପ୍ରକାଶ କରି ଗୃହମନ୍ତ୍ରାଳୟ ।
Comments are closed.