Latest Odisha News

BREAKING NEWS

ବ୍ରାହ୍ମଣୀରେ ବୁଡ଼ିଗଲେ ୩ ସାଙ୍ଗ; ଜଣେ ମୃତ, ୨ ନିଖୋଜ

ତାଳଚେର:ବ୍ରାହ୍ମଣୀ ନଦୀରେ ଅଘଟଣ ।ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ଭାସିଗଲେ ତିନି ଜଣ ସାଙ୍ଗ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଆଉ ୨ ଜଣଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଥିବା ସୂଚନା ରହିଛି ।

ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ମୃତକଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର ।

ସୂଚନା ମୁତାବକ,ତାଳଚେରସ୍ଥିତ ବ୍ରାହ୍ମଣୀ ନଦୀର ଜଗନ୍ନାଥ ମନ୍ଦିର ପାଖ ଘାଟରେ ୩ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ସେମାନେ ଗାଧୋଉଥିବା ବେଳେ ଗଭୀର ସ୍ରୋତରେ ତିନି ଜଣ ବୁଡ଼ି ଯାଇଥିଲେ ।

ଖବର ପାଇ ତାଳଚେର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ପରେ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

Leave A Reply

Your email address will not be published.