Latest Odisha News

BREAKING NEWS

ବଜ୍ରପାତରେ ଜଣେ ଶ୍ରମିକ ମୃତ, ଅନ୍ୟ ୫ ଶ୍ରମିକ ଡାକ୍ତାରଖାନାରେ ଭର୍ତ୍ତି

ନବରଙ୍ଗପୁର: ବିଜୁଳି ଘଡ଼ଘଡ଼ି ବର୍ଷା ହେଲା କାଳ। ଇଟାଭାଟିରେ କାମ କରୁଥିବା ଶ୍ରମିକ ବଜ୍ରାଘାତର ଶିକାର ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ବାରିଗୁଡ଼ାରେ ବଜ୍ରପାତ ହୋଇ ଜଣକର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ଓ ଚାରି ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ସୋମନାଥ ଯାନୀ ।

ସୂଚନାଥାଉକି, ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ବାରୀଗୁଡ଼ା ଗାଁର ୬ ଜଣ ଶ୍ରମିକ ଇଟାଭାଟିରେ କାମ କରିବାକୁ ଗାଁ ନିକଟସ୍ଥ ବଡ଼କୁପୁଳି ବଳିୟାଗୁଡ଼ା ଗ୍ରାମକୁ ଯାଇଥିଲେ। ତେବେ ଇଟାଭାଟି କାମ କରୁଥିବା ସମୟରେ ବିଜୁଳି ସହ ବର୍ଷା ଘଡ଼ଘଡ଼ି ହୋଇଥିଲା। ତେବେ ଏହି ସମୟରେ ବଜ୍ରପାତରେ ସୋମନାଥଙ୍କ ଜୀବନ ଚାଲିଯାଇଥିଲା । ଏଥିସହ ସାଥୀ ଶ୍ରମିକ ପ୍ରବୀଣ ହରିଜନ ଗୁରୁତର ହୋଇଥିବାବେଳେ ଅନ୍ୟ ୪ ଜଣ ଶ୍ରମିକ ମଙ୍ଗଳୁ ଯାନୀ, କେଶବ ଯାନୀ, ସୁକୁମନ ଗୌଡ଼, ଧନବଳ ହରିଜନ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାମୁତାବକ ପ୍ରବୀଣ ହରିଜନ ଗୁରୁତର ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

 

Comments are closed.