Latest Odisha News

BREAKING NEWS

ଅଟୋ-ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୮ ଆହତ

ଗଜପତି: ଗଜପତି ଜିଲ୍ଲା ମୋହନା ବ୍ଲକ ଗୁଡ଼ାନାଲି ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ଜଣ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ଏକ ବୁଲାଣିରେ ଦୁଇଟି ଅଟୋ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା । ବାଇକ ଚାଳକ ନିୟନ୍ତ୍ରଣ ହରାଇ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ମହିଳା ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଦମାଦୂଆ ଗାଁର ଶାନ୍ତିଲତା ନାୟକ । ଏହାସହ ଅଟୋ ପଛରେ ଆସୁଥିବା ଏକ ବାଇକ ମଧ୍ୟ ଅଟୋକୁ ଧକ୍କା ଦେଇଥିଲା । ବାଇକ ଆରୋହୀ ମଧ୍ୟ ଆହତ ହୋଇଛନ୍ତି । ଅଡ଼ବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Comments are closed, but trackbacks and pingbacks are open.