କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ ସମ୍ପର୍କୀୟ ଭଉଣୀ ସଞ୍ଜନାଙ୍କ ସହ ସ୍କୁଟିରେ ଖୁପିଆରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ପାର୍ଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାଜଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବୋରିଗୁମା ଓ ପରେ କୋରାପୁଟ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ କାଜଲଙ୍କର ମୃତ୍ୟୁ ହୋଇଛି । ବୋରିଗୁମ୍ମା ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ମହାନଦୀରେ ଛଡ଼ାଗଲା ୧୨ଟି ଘଡ଼ିଆଳ, ୩୫ରେ ପହଞ୍ଚିଲା କୁମ୍ଭୀରଙ୍କ ସଂଖ୍ୟା
- Lashkar-e-Taiba terrorist:ଦିଲ୍ଲୀ ସୀମାରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ;ସ୍ଲିପର ସେଲ୍ ଭାବରେ କରୁଥିଲା କାମ
- ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
- ରାଗିଗଲେ ରାହାନେ: ମୁଁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଆଇପିଏଲ ଖେଳୁନି
- ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
- ସରକାରଙ୍କ ବିରୋଧରେ ଗର୍ଜିଲେ ସବୁ ଦଳ
- ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
- ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସ୍ର ବରିଷ୍ଠ କିରାଣୀ
- ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
- Maoist Surrender:ମହିଳା ମାଓବାଦୀ ମୋଙ୍ଗଡ଼ିଙ୍କ ଆତ୍ମସମର୍ପଣ;ବାଙ୍କୋ ଖଣି ବିସ୍ଫୋରକ ଲୁଟ୍ ଘଟଣାରେ ଥିଲେ ଜଡିତ
Comments are closed.