କୋରାପୁଟ : ବୋରିଗୁମ୍ମା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରଜପଥ ପାର୍ଲି ନିକଟରେ ସଡ଼କ ଦୁର୍ଘଟଣା । ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ସ୍କୁଟି ଚଲାଉଥିବା ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣକ ହେଲେ ଜୟପୁର ନୂଆସାହିର କାଜଲ ଖୋର । ସେ ଆଜି ନିଜ ସମ୍ପର୍କୀୟ ଭଉଣୀ ସଞ୍ଜନାଙ୍କ ସହ ସ୍କୁଟିରେ ଖୁପିଆରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ପାର୍ଲି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ କାଜଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବୋରିଗୁମା ଓ ପରେ କୋରାପୁଟ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ କାଜଲଙ୍କର ମୃତ୍ୟୁ ହୋଇଛି । ବୋରିଗୁମ୍ମା ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡିକୁ ଜବତ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- Weather Update: ପଶ୍ଚିମା ଝଡ଼ର ପ୍ରଭାବ: କମିବ ଶୀତ, ବଢ଼ିବ ରାତି ତାପମାତ୍ରା
- Leave Iran immediately: ତୁରନ୍ତ ଇରାନ ଛାଡ…ତୃତୀୟ ଥର ପାଇଁ ଆଡଭାଇଜରୀ ଜାରି କଲା ଭାରତ
- Capital Hospital: ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀଙ୍କ ସମ୍ପର୍କୀୟ; ଚିକିତ୍ସା ନମିଳିବାରୁ …
- Brown Sugar: ୧୨ ଲକ୍ଷ ଟଙ୍କାର ଧଳାଜହର ଜବତ, ୭ ଗିରଫ
- ଓଡ଼ିଶା ସରକାର ଓ ଏନଆଇଇପିଆଇଡି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର;ଲକ୍ଷ୍ୟ ମାନସିକ ଅନଗ୍ରସର ବ୍ୟକ୍ତି…
- X down: ଗୋଟିଏ ସପ୍ତାହରେ ୨ୟ ଥର ପାଇଁ X ହେଲା ଡାଉନ, ଭାରତ ସମେତ ସାରା ବିଶ୍ୱର ୟୁଜର ପ୍ରଭାବିତ
- କିଟରେ ଚେସ୍ ମହାକୁମ୍ଭ ଉଦ୍ଯାପିତ
- ଏହି ଦିନ ରିଲିଜ ହେବ ପ୍ରଭାସଙ୍କ ‘ସ୍ପିରିଟ୍’…
- National Education Policy: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ୪ ସୂତ୍ରୀ ମନ୍ତ୍ର
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
Comments are closed.