Latest Odisha News

BREAKING NEWS

ବାଇକ ଉପରେ ମାଡ଼ିଗଲା ବସ୍‌, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ସୁବର୍ଣ୍ଣପୁର : ଦେବାଳୟ ଯିବା ବାଟରେ ଅଘଟଣ  । ଗତରକେଲା ଶିବମନ୍ଦିରକୁ ଯାଉଥିଲେ ସ୍ବାମୀ ସ୍ତ୍ରୀ ହଠାତ୍‌ ସାମ୍ମାରୁ ମାଡ଼ି ଆସିଲା ବସ୍‌ । ବସ୍‌ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ  । ଏହି ଦୃଶ୍ୟ କଲାପଥର ଛକ ନିକଟରେ ଦେଖିବାକୁ ମିଳିଛି  । ସୂଚନା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀ ନିଜ ଗାଁରୁ ଗତରକେଲା ଶିବମନ୍ଦିରକୁ ଦର୍ଶନ କରିବା ପାଇଁ ବାଇକରେ ଯାଉଥିଲେ । ହେଲେ କଲାପଥର ଆଗରେ ବୁଲାଣି ରାସ୍ତାରେ ବଲାଙ୍ଗିର ପଟୁ ଆସୁଥିବା ଏକ ଘରୋଇ ବସ୍ ଏମାନଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣାସ୍ଥଳରୁ ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ ହେଲେ ସେଠାରେ ଗୀତାଞ୍ଜଳୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ସ୍ବାମୀ ଗିରିଧାରୀ ବାଘଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି  ।

 

Leave A Reply

Your email address will not be published.