Latest Odisha News

BREAKING NEWS

ବିଜେଡି କର୍ମୀଙ୍କ ନାଁରେ ମାଡ଼ ଅଭିଯୋଗ ଆଣିଲେ ପଦ୍ମପୁର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପଦ୍ମପୁର : ପଦ୍ମପୁର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଥିବା ବେଳେ ବିଜେଡି ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ।  ଏନେଇ ପଦ୍ମପୁରରେ ପ୍ରେସମିଟ କରିଛନ୍ତି ପ୍ରଦୀପ । ଏନେଇ ସୂଚନା ଦେବା ବେଳେ କାନ୍ଦି ପକାଇଥିଲେ ପ୍ରଦୀପ ପୁରୋହିତ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କାଲି ଏକ ଗାଁରେ କର୍ମୀ ସମ୍ମିଳନୀ କରିଥିଲେ । ସେଠି ତାଙ୍କୁ ଆକ୍ରମଣ କରିଥିଲେ କିଛି ବିଜେଡି ଗୁଣ୍ଡା ।

ସେମାନେ ମିଟିଂ ସ୍ଥାନରେ ପହଞ୍ଚି ମାଇକ୍ ଭଙ୍ଗାରୁଜା କରି ତାଙ୍କୁ ମାରପିଟ୍ କରିଥିଲେ । ଏଥିରେ ଅନ୍ୟ ବିଜେପିକର୍ମୀ ବି ଆହତ ହୋଇଥିବା ସେ କହିଛନ୍ତି । ପ୍ରଦୀପ ପୁରୋହିତଙ୍କୁ ଆକ୍ରମଣରେ ବିଜେଡି କର୍ମୀ ସାମିଲ ଥିବା ସେ ସିଧାସଳଖ ଅଭିଯୋଗ କରିଛନ୍ତି । ୮ରୁ ୧୦ ଜଣ ତାଙ୍କୁ ଆକ୍ରମଣ କରିବାବେଳେ ଗାଁ ଲୋକେ ପ୍ରତିବାଦ କରିଥିଲେ । ତାଙ୍କୁ ପ୍ରଚାର କରାଇନଦେବା ଓ ମାଡ଼ ମାରିବାକୁ ଟଙ୍କା ଲଗାଇଛି ବିଜେଡି । ଆହୁରି ସେ କହିଛନ୍ତିଯେ, ତାଙ୍କୁ ମାରିବା ପାଇଁ ବିଜେଡି ପୁରସ୍କାର ଘୋଷଣା କରିଛି । କିଛି ବିଜେଡି ନେତା ଓ ମନ୍ତ୍ରୀଙ୍କ ନାଁ ବି ସେ ପ୍ରେସମିଟରେ କହିଛନ୍ତି । ତେଣୁ ପୋଲିସ ସୁରକ୍ଷା ମାଗିଛନ୍ତି ପ୍ରଦୀପ ।

ପ୍ରଦୀପ ପୁରୋହିତ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଅଛନ୍ତି । ଏହି ପ୍ରେସମିଟରେ ସେ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତା ଉପରେ ଆଙ୍ଗୁଳି ଉଠାଇଛନ୍ତି । ଅନେକ ଦିନରୁ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକମାନଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଆସୁଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରନ୍ତୁ ।

ସିଜନାଲ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ସରକାର କାହିଁକି ଲାଗୁ କରୁନାହାଁନ୍ତି । ସେମାନଙ୍କ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଅନ୍ତୁ । କେନ୍ଦୁପତ୍ର ଚାଷୀଙ୍କ ସନ୍ତାନଙ୍କ ବିବାହ ଖର୍ଚ୍ଚ ରାଶି ଦିଆଯାଉ । କେନ୍ଦୁପତ୍ର  ତୋଳାଳୀ  ଓ  କର୍ମଚାରୀଙ୍କ କଲ୍ୟାଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନାନା ଦାବି ରଖିଛନ୍ତି । ୧୦୦ରୁ ୧୦୦ ପ୍ରତିଶତ ବୋନସ୍ ଲାଗୁ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ । ୧୮ପ୍ରତିଶତ ଜିଏସଟିରୁ ଅଧା ରାଜ୍ୟ ସରକାର ବହନ କରିଥିବାରୁ ମୁଖ୍ୟମନ୍ତ୍ରୀ କାହିଁକି ଉଚ୍ଛେଦ ପାଇଁ ଜିଏସଟି ପରିଷଦକୁ ପରାମର୍ଶ ଦେଉନାହାଁନ୍ତି ବୋଲି ପ୍ରଦୀପ ଦାବି କରିଛନ୍ତି ।

ପଦ୍ମପୁରରେ ବିଜେପିର ଜନମତକୁ ଦେଖି ଭୟଭୀତ ହୋଇଛି ବିଜେଡି । ପ୍ରଦୀପ ପୁରୋହିତ ପ୍ରେସମିଟରେ ନବ ଦାସ, ଟୁକୁନି ସାହୁ, ନିରଞ୍ଜନ ପୂଜାରି, ରାଜୁ ଢୋଲକିଆ ପଦ୍ମପୁରରେ ଗୁପ୍ତ ବୈଠକରେ ମାତି ବିଜେପିର କର୍ମୀଙ୍କ ଉପରେ ଆକ୍ରମଣ କରାଉଥିବା ଅଭିଯୋଗ କରିଛନ୍ତି । ପାଇକମାଳ ଥାନାରେ ଆକ୍ରମଣ, ଘରଭାଙ୍ଗିବା ଓ ପୋଲିସ ଅଭିଯୁକ୍ତଙ୍କୁ ଛାଡିଦେବା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.