Latest Odisha News

BREAKING NEWS

ବିଲରେ କାମ କରୁଥିବା ସମୟରେ ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ଅଘଟଣ । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ବଜ୍ରାଘାତରେ ମୃତ୍ୟୁ ବରଣ କରିଥିବା ଜଣକଙ୍କ ପରିଚୟ ଶିବ ମାଣ୍ଡି ବୋଲି ଜଣା ପଡିଛି।

ଖବର ମୁତାବକ, ଆଜି ସକାଳ ସମୟରେ ସଲପଗୁଡ଼ା ଗାଁରେ ପ୍ରବଳ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ମାରିଥିଲା । ସେହି ସମୟରେ ଗାଁ ଜମିରେ କିଛି ଲୋକ କାମ କରୁଥିଲେ। ବିଜୁଳି ଘଡ଼ଘଡ଼ି କାରଣରୁ ଶିବ ମାଣ୍ଡିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ସମସ୍ତଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଗୁରୁତର ତିନି ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

 

Leave A Reply

Your email address will not be published.