Latest Odisha News

BREAKING NEWS

ଏମରଜେନ୍ସି ଲଗେଇ ଦେଶକୁ ରାତିରାତି ଜେଲ୍ କରିଦେଇଥିଲେ କିଛି ଶାସନ ଲୋଭୀ: ଅମିତ ଶାହ

ନୂଆଦିଲ୍ଲୀ: ୧୯୭୫ ମସିହା ଆଜିର ଦିନରେ ତତ୍କାଳନୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଏମରଜେନ୍ସି ଲାଗୁ କରିଥିଲେ । ଯାହାକୁ ଆଜିବି ବିରୋଧିମାନେ ଇତିହାସର ଏକ କଳଙ୍କିତ ଅଧ୍ୟାୟ ବୋଲି କହୁଛନ୍ତି ।

ଜୁନ ୨୫ ତାରିଖରେ ଏମରଜେନ୍ସିକୁ ୪୫ ବର୍ଷ ପୂରିଛି । ଏହି ଅବସରରେ ଗୃହ ମନ୍ତ୍ରୀ ଅମିତ ଶାହ ଗାନ୍ଧୀ ପରିବାର ଉପରକୁ ଟାର୍ଗେଟ କରିବାକୁ ଭୁଲି ନାହାଁନ୍ତି । ସେ ଏନେଇ ଟ୍ୱିଟ୍ ମଧ୍ୟ କରିଛନ୍ତି ।

 

ଗୋଟିଏ ପରିବାରର ଶାସନ ଲୋଭ ପାଇଁ ପୂରା ଦେଶରେ ଏମରଜେନ୍ସି ଲାଗୁ ହୋଇଥିଲା । ଏପରିକି ଗଣମାଧ୍ୟମ, କୋର୍ଟ ଓ ଲୋକଙ୍କର ବାକ୍ ସ୍ୱାଧୀନତା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା ବୋଲି ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଅଧିକ ପଢନ୍ତୁ- ଏମରଜେନ୍ସି : ଭାରତୀୟ ଗଣତନ୍ତ୍ରର କଳଙ୍କିତ ଅଧ୍ୟାୟ

ଏହାବ୍ୟତିତ ଶାହ ଆହୁରି ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଏକ ବିରୋଧି ଦଳ ଭାବେ କଂଗ୍ରେସ ନିଜକୁ ମଧ୍ୟ କିଛି ପ୍ରଶ୍ନ ପଚରାରିବା ଉଚିତ୍ ।

Leave A Reply

Your email address will not be published.