Latest Odisha News

କାଳ ହେଲା ଟିକଟକ୍ ନିଶା: ନଦୀରେ ବୁଡି ଜଣେ ମୃତ, ୨ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ପଞ୍ଚାୟତ ମଙ୍ଗପୁର ଗାଁରେ ଅଘଟଣ । ଦେବୀ ନଦୀରେ ପଶି ଟିକଟକ କରିଥିବା ବେଳେ ବୁଡି ଗଲେ ୩ ଛାତ୍ରୀ ଓ ଜଣେ ଛାତ୍ର ।ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଛାତ୍ରୀ ଓ ଛାତ୍ର ଜଣଙ୍କ ଗୁରୁତର ଥିବା ସୂଚନା ମିଳିଛି ।

ମୃତ ଛାତ୍ରୀଙ୍କ ନାମ ହେଉଛି ପୂଜାରାଣୀ ନାୟକ । ସେ ଜଗତସିଂହପୁର ଥାନା ରାଇବରେଇ ଅଂଚଳର । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଛାତ୍ରୀମାନେ ମଙ୍ଗପୁର ନିକଟ ଦେବୀ ନଦୀ ପଠାରେ ଟିକଟକ କରୁଥିଲେ । ଅସାବଧାନତା ଯୋଗୁଁ ସେମାନଙ୍କ ଗୋଡ଼ ଖସି ଯାଇଥିଲା ଓ ସେମାନେ ନଈରେ ବୁଡି ଯାଇଥିଲେ । ପିଲାମାନଙ୍କୁ ନଈରେ ବୁଡୁଥିବାର ଦେଖ ଜଣେ ସ୍ଥାନୀୟ ଜଣେ ଲୋକ ସେମାନଙ୍କୁ ଉଦ୍ଧାର କରିଥିଲେ ।

ସମସ୍ତଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅଵସ୍ଥାରେ ପ୍ରଥମେ ବାଲିକୁଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୂଜାରାଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅନ୍ୟ ତିନି ଜଣଙ୍କ ମଧ୍ୟରୁ କଣ୍ଢେଇ ନାମକ ଜଣେ ଛାତ୍ରୀ ଭଲ ଥିବା ବେଳେ ଅନ୍ୟ ଜଣେ ଛାତ୍ରୀ ଅନୁରାଧା ପରିଡା ଓ ତାଙ୍କ ଭାଇ ଅମରେଶ ପରିଡା ଗୁରୁତର ଅବସ୍ଥାରେ ବାଲିକୁଦା ଓ ପରେ ଜଗତସିଂହପୁର ମେଡିକାଲକୁ ଅଣାଯାଇଥିଲା ।ଅମରେଶ ଓ ଅନୁରାଧାଙ୍କ ସ୍ବାସ୍ତ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ।

Comments are closed.