Latest Odisha News

BREAKING NEWS

ଦୂତାବାସ କର୍ମଚାରୀ ଅଧାକୁ ହ୍ରାସ କରିବା ପାଇଁ ପାକିସ୍ତାନକୁ ଭାରତ କହିଲା

ନୂଆଦିଲ୍ଲୀ:ଦେଶର ସୁରକ୍ଷା ନେଇ ଭାରତ ସରକାର କଡା ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମଙ୍ଗଳବାର ଏଠାରେ ଅବସ୍ଥାପିତ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମବାଦକୁ ଜଣେଇ ଦିଆଯାଇଛି । ଆଗାମୀ ସପ୍ତାହକ ମଧ୍ୟରେ ପାକିସ୍ତାନ ତାର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରୁ ବୋଲି ଭାରତ ଜଣାଇ ଦିଆଯାଇଛି ।

ଇସଲାମବାଦରେ ଥିବା କର୍ମଚାରୀ ସଂଖ୍ୟା କମାଇବା ପାଇଁ ଭାରତ ମଧ୍ୟ ବିଚାର କରୁଛି । ନିକଟରେ ପାକିସ୍ତାନର ଦୁଇ ଜଣ କର୍ମଚାରୀ ତଥ୍ୟ ପଠାଉଥିବା ବେଳେ ଗିରଫ ହୋଇଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ କୂଟନୈତି ସମ୍ପର୍କ ଖରାପ ହେବାରେ ଲାଗିଛି ।

Leave A Reply

Your email address will not be published.