ଜଳେଶ୍ୱର: ୨୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ । ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ଗିରଫ । ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କଲା ଭିଜିଲାନ୍ସ ।
ସୂଚନା ଅନୁସାରେ, ବଣିଆଡିହା ସମବାୟ ସମିତିର ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେଙ୍କୁ ଗିରଫ କରିଛି ଭିଜିଲାନ୍ସ । ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ସତ୍ୟ ଅଞ୍ଜନଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ହୋଇଥିଲା । ବ୍ୟାଙ୍କ ହିତାଧିକାରୀଙ୍କ ନାମରେ ଜାଲ୍ ଦସ୍ତଖତ କରି ପାଖାପାଖି ୨୨,୧୮,୬୦୦ ଟଙ୍କା ହଡପ କରିନେଇଛନ୍ତି ପୂର୍ବତନ ଆକାଉଣ୍ଟାଣ୍ଟ ସତ୍ୟ ଅଞ୍ଜନ ଦେ । ଏହି ଜାଲିଆତି ୨୦୧୪ ତୁ ୨୦୨୩ ମଧ୍ୟରେ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ଏହି ମାମଲାରେ ଶ୍ରୀ ଦେଙ୍କୁ ଭିଜିଲାନ୍ସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
Comments are closed.