Latest Odisha News

ମୃତ୍ୟୁକୁ ନେଇ ଗବେଷଣା : ୫ ଜଣଙ୍କ ମଧ୍ୟରୁ ଜଣେ ହୋଇଥିଲେ ଶୀତଳ ସ୍ପର୍ଶର ନିକଟତର

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ କରାଯାଇଥିଲା ଗବେଷଣା । ୫ଜଣଙ୍କ ମଧ୍ୟରୁ ଜଣେ ଅନୁଭବ କରିଥିଲେ ଶରୀରଠାରୁ ସେ ଦୂରକୁ ଯାଉଛନ୍ତି । ନ୍ୟୁୟର୍କ ୟୁନିଭରସିଟିର ଗ୍ରୋସମ୍ୟାନ ସ୍କୁଲ ଅଫ ମେଡିସିନ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ହାର୍ଟ ଆଟାକ ଆସିବା ପରେ କାର୍ଡିୟୋ ପଲମୋନାରୀ ରିସସିଟେଶନ (ସିପିଆର) ଦେଇ ସେମାନଙ୍କୁ ବଂଚା ଯାଇଥିଲା । ୫୬୭ ରୋଗୀଙ୍କ ଉପରେ ୩ ବର୍ଷ ଧରି ଏହି ଗବେଷଣା କରାଯାଇଥିଲା । ଏହି ସମସ୍ତ ହାର୍ଟ ପେସେଂଟ ଆମେରିକା ଓ ଇଂଲଣ୍ଡ ଡାକ୍ତରଖାନାରେ ଭର୍ତି ହୋଇଥିଲା । କେତେକ ରୋଗୀଙ୍କ ହାର୍ଟ ବନ୍ଦ ହୋଇଯିବା ପରେ ସିପିଆର ଦେଇ ବଂଚା ଯାଇଥଲା । ଏଥିରେ ସାମିଲ ରୋଗୀଙ୍କ ମତରେ ସିପିଆର ସମୟରେ ସେମାନଙ୍କ ଆଖି ସ୍ପଷ୍ଟ ଭାବେ କିଛି ରଙ୍ଗୀନ ଓ ଚିକମିକ କରୁଥିବା ପଦାର୍ଥ ଦେଖିଥିଲେ । ଏହାର କିଛି ସମୟ ପରେ ସବୁ କିଛି ଅନ୍ଧକାରମୟ ହୋଇ ଯାଇଥିଲା ବୋଲି ଜଣେ ରୋଗୀ କହିଛନ୍ତି । ଅନ୍ଧକାର ସମୟର ଜୀବନର ଗୁରୁତ୍ୱପୂର୍ଣ୍ଣ ଘଟଣା ଗୁଡିକ ଆଖି ସାମ୍ନାରେ ନାଚି ଉଠିଥିଲା । ତା ପରେ ଚେତା ଆସିଥିଲା ସବୁ କିଛି ଅଦୃଶ୍ୟ ହୋଇ ଯାଇଥିଲା ।

ଗବେଷକଙ୍କ ମତରେ ସିପିଆର ଦିଆ ଯାଉଥିବା ସମୟରେ ବ୍ରେନ ସ୍କାନରେ ଅନେକ ନୂତନ ତଥ୍ୟ ମିଳିଥିଲା । ଗାମା, ଡେଲଟା, ଥିଟ୍ଟା, ଆଲଫା ଓ ବିଟ୍ଟା ତରଙ୍ଗ ମସ୍ତିଷ୍କରୁ ବାହାରୁଥିଲା । ମେଡିକାଲ ଗବେଷକଙ୍କ ମତରେ କାର୍ଡିଆକ ଆରେଷ୍ଟ ବେଳେ ରୋଗୀ ବେହୋଶ ହୋଇ ଯାଇଥାଏ । ମାତ୍ର ଏହାର ନୂତନ ଗବେଷଣାରେ ସମ୍ପୂର୍ଣ୍ଣ ଅଲଗା ତଥ୍ୟ ମିଳିଥିଲା । ଯାହାକି ସେମାନଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି ।

Comments are closed.