Latest Odisha News

BREAKING NEWS

ପରିବା ବୋଝେଇ ଅଟୋ ଓ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

ଯାଜପୁର: ପରିବା ବୋଝେଇ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଯାଜପୁରର ସହରର କିଆନାଳୀ ଛକ ନିକଟରେ ସକାଳୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବାଇକ ଆରୋହୀ ମୃତ । ଦୁଇଜଣ ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ରାଉତରାପୁର ଗୋପାଳି ଛକର ଅନନ୍ତ କୁମାର ନାୟକ ।

ଦୁର୍ଘଟଣା ଦୁଇଜଣ ଗୁରୁତର ହୋଇଥିବା ପପୁ ଏବଂ ମାନସଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଚିକିିତ୍ସାଳୟରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଯାଜପୁର ଜିଲ୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପୋଲିସ ଅଟୋକୁ ଜବତ କରିଛି । ଅଟୋ ଚାଳକ ଫେରାର ଅଛି ।

Leave A Reply

Your email address will not be published.